ଇତିହାସ ରଚିଲା ନାସା, ବିଳମ୍ବିତ ରାତିରେ ମଙ୍ଗଳରେ ସଫଳତାର ସହ ଅବତରଣ କଲା ରୋଭର

ନୂଆଦିଲ୍ଲୀ : ଇତିହାସ ରଚିଲା ନାସା । ମଙ୍ଗଳରେ ସଫଳତାର ସହ ଅବତରଣ କଲା ରୋଭର । ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ୧୮ ତାରିଖ ବିଳମ୍ବିତ ରାତିରେ ନିଜର ମାର୍ସ ପ୍ରିଜରଭରାନ୍‌ସ ରୋଭରକୁ ଜେଜେରୋ କ୍ରେଟରରେ ସଫଳତା ପୂର୍ବକ ଲ୍ୟାଣ୍ଡିଂ କରାଇଛି । ମଙ୍ଗଳ ଗ୍ରହରେ ସବୁଠୁ ବେଶୀ ରୋଭର ପହଁଚାଇବାରେ ଆମେରିକା ବିଶ୍ୱର ପ୍ରଥମ ଦେଶ ହୋଇପାରିଛି । ପହଁଚିବା ପରେ ତୁରନ୍ତ ଲ୍ୟାଣ୍ଡିଂ ସାଇଟର ପ୍ରଥମ ଚିତ୍ର ପଠାଇଛି ରୋଭର ।

ଜେଜେରୋ କ୍ରେଟରର ଅବତରଣ ସ୍ଥାନ ଉପରେ ରୋଭର ଛାଇକୁ ଫଟୋ ମାଧ୍ୟମରେ ପଠାଇଛି । ପ୍ରିଜରଭରାନ୍‌ସ ରୋଭରରେ ୨୩ କ୍ୟାମେରା ଖଞ୍ଜାଯାଇଛି। ଲ୍ୟାଣ୍ଡିଂ ବେଳର ସମସ୍ତ ମୁହୁର୍ତ୍ତକୁ ଭିଡିଓ ଏବଂ ଅଡିଓ ସହ ରେକର୍ଡ କରାଯାଇଛି । ରୋଭର ଦୁଇବର୍ଷ ପର୍ଯ୍ୟନ୍ତ ଜେଜେରୋ କ୍ରେଟର ପରିକ୍ରମା କରିବ। ମଙ୍ଗଳ ଗ୍ରହରେ ଥିବା ହ୍ରଦର ତଳ ଭାଗକୁ ଜେଜେରୋ କ୍ରେଟର କୁହାଯାଇଥାଏ। ମଙ୍ଗଳରେ ଜୀବସତ୍ତାର ସନ୍ଧାନ କରିବା ଏହି ମିଶନର ଉଦ୍ଦେଶ୍ୟ । ଗତ ଜୁଲାଇରେ ମଙ୍ଗଳ ଗ୍ରହ ଅଭିମୂଖେ ଯାତ୍ରା କରିଥିଲା ପ୍ରିଜରଭରାନ୍‌ସ ରୋଭର।

Leave A Reply

Your email address will not be published.