ଦେଶ ବିଦେଶ

ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍‌ ଗୁଳିକାଣ୍ଡ ମାମଲା: ଅଭିଯୁକ୍ତ RPF କନଷ୍ଟେବଳ ଚେତନ ସିଂ ଚାକିରିରୁ ବହିଷ୍କୃତ

ଗତ କିଛି ଦିନ ତଳେ ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ହୋଇଥିବା ଗୁଳିକାଣ୍ଡ ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ଏବେ ଏହି ମାମଲାର ଅଭିଯୁକ୍ତ ଆର୍‌ପିଏଫ୍‌ କନଷ୍ଟେବଳ ଚେତନ ସିଂଙ୍କ ବିରୋଧରେ ରେଲେଓ୍ଵ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରେଲେଓ୍ଵ ଅଭିଯୁକ୍ତ ଚେତନ ସିଂଙ୍କୁ ଚାକିରିରୁ ବହିଷ୍କାର କରିଦେଇଛି। ଅଭିଯୁକ୍ତ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି।

ଜୟପୁର-ମୁମ୍ବାଇ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଘଟିଥିବା ଫାୟାରିଂ ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରେ ଏଏସ୍‌ଆଇ ଟିକାରାମଙ୍କ ସହ ଅନ୍ୟ ୩ ଜଣ ଯାତ୍ରୀ ଥିଲେ। ନିକଟରେ ଆର୍‌ପିଏଫ୍‌ କନଷ୍ଟେବଳଙ୍କର ଏଠାରେ ପୋଷ୍ଟିଂ ହୋଇଥିଲା।

କନଷ୍ଟେବଳ ନିଜ ରାଇଫଲ୍‌ରୁ ଗୁଳି ଚଳାଇଥିଲେ। ସୂଚନା ମିଳିଥିଲା ଯେ ପୋଷ୍ଟିଂକୁ ନେଇ ଚେତନ ସିଂଙ୍କର କୌଣସି ରାଗ ନ ଥିଲା। ସେ ନିଜ ହିସାବରେ ହିଁ ଏହି ପୋଷ୍ଟିଂ ମାଗିଥିଲେ। ଏହି ଗୁଳିକାଣ୍ଡ ଭାପିରୁ ବୋରିଓ୍ଵଲି ମୀରାରୋଡ୍‌ ଷ୍ଟେସନ ମଧ୍ୟରେ ଘଟିଥିଲା।

ତେବେ ଅଭିଯୁକ୍ତଙ୍କ ପତ୍ନୀଙ୍କ କହିବା ଥିଲା, ଚେତନ ସିଂଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିଲା ଏବଂ ତାଙ୍କର ଚିକିତ୍ସା ଚାଲିଥିଲା। ଏହି ଘଟଣା ଜୁଲାଇ ୩୧ ତାରିଖ ସକାଳ ୫ଟାରେ ଘଟିଥିଲା।

Roshni

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

10 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

25 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

36 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

47 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago