ଟ୍ରାକରେ ପାର ହେଉଥିଲେ ବ୍ୟକ୍ତି, ହଠାତ୍ ଦ୍ରୁତ ଗତିରେ ଆସିଗଲା ଟ୍ରେନ୍ ! ଦେବଦୂତ ସାଜିଲେ RPF ପୋଲିସ, ଦେଖନ୍ତୁ ଭିଡିଓ

ବେଳେବେଳେ ପୋଲିସ ଏମିତି କାମ କରିଦିଅନ୍ତି ଆମେ ତାଙ୍କୁ ପ୍ରଶଂସା ନକରି ରହିପାରନ୍ତି ନାହିଁ। ମୁମ୍ବାଇର ଥାଣେ ରେଲୱେ ଷ୍ଟେସନରେ ଏକ ଏମିତି ଦୁର୍ଘଟଣା ହୋଇଛି ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରିଯିବ। ରେଲୱେ ପୋଲିସ ଫୋର୍ସ (ଆରପିଏଫ)ର ଜଣେ କନଷ୍ଟେବଲ ନିଜ ଜୀବନକୁ ବାଜି ଲଗାଇ ରେଲୱେ ଟ୍ରାକରୁ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଛନ୍ତି।

ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ବ୍ୟକ୍ତି ରେଳ ଟ୍ରାକରେ ଯାଉଥଛନ୍ତି। ଯେମିତି ସେ ଗୋଟିଏ ଟ୍ରାକରୁ ଅନ୍ୟ ଟ୍ରାକକୁ ପାର ହେଉଛନ୍ତି ସେତେବେଳେ ସାମ୍ନା ପଟୁ ଏକ ଟ୍ରେନ ଆସିଯାଉଛି। ଚାହୁଁ ଚାହୁଁ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଥାନ୍ତି କିନ୍ତୁ ମାତ୍ର କିଛି ସେକେଣ୍ଡରର ଅନ୍ତରାଳରେ ଅନିଲ କୁମାର ନାମକ ଜଣେ ଆରପିଏଫ ଅଧିକାରୀ ଟ୍ରେନ୍ ଟ୍ରାକକୁ ଓହ୍ଲାଇ ବ୍ୟକ୍ତିଙ୍କୁ ପ୍ଲାଟଫର୍ମ ଆଡକୁ ଠେଲି ଦେଇ ନିଜେ ଅନ୍ୟ ଏକ ଟ୍ରାକକୁ ଦୌଡି ଚାଲିଗଲେ। ଯେମିତି ସେ ଆରପଟକୁ ଦୌଡି ଚାଲିଯାଉଛନ୍ତି ଠିକ ସେହି ସମୟରେ ହିଁ ଟ୍ରେନଟି ଚାଲି ଯାଉଛି।

ଏହି ଭିଡିଓକୁ ଏଏନଆଇ ଟ୍ବିଟରରେ ସେୟାର କରିଛି। ଭିଡିଓକୁ ଦେଖିବା ପରେ ଲୋକମାନେ ଆରପିଏଫ୍ ଯବାନଙ୍କ ସାହାସିକତାର ଖୁବ୍ ପ୍ରଶଂସା କରୁଛନ୍ତି। ତେବେ ସତରେ ଆଜି ଯଦି ସେହି ପୋଲିସକର୍ମୀ ଠିକ ସମୟରେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇନଥାନ୍ତେ ଆଜି ତେବେ ହୁଏତ ବ୍ୟକ୍ତିଙ୍କର ମ୍ରୁତ୍ୟୁ ହୋଇସାରିଥାନ୍ତା। ତେଣୁ ଆପଣମାନେ ଅବୈଧ ଭାବରେ ଟ୍ରେନ ଟ୍ରାକରେ ନଯାଇ ଲିଫ୍ଟ କିମ୍ବା ଫୁଟ୍ ବ୍ରିଜର ସହାୟାତାରେ ଅନ୍ୟ ପ୍ଲାଟଫର୍ମକୁ ଯାଆନ୍ତୁ।

ଏହାସହ ପଢ଼ନ୍ତୁ : ଜୀବନ ଯୁଦ୍ଧରେ ସଂଘର୍ଷ କରି ଶେଷରେ ପ୍ରାଣ ହରାଇଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା

Leave A Reply

Your email address will not be published.