ଚଳନ୍ତା ଟ୍ରେନରୁ ଖସିପଡିଲେ ଯାତ୍ରୀ, ଏହିପରି ଜୀବନ ବଞ୍ଚାଇଲେ RPF ଯବାନ ଭିଡ଼ିଓ ହେଲା ଭାଇରାଲ୍

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ବୋରିଭାଲୀ ରେଳ ଷ୍ଟେସନର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନରୁ ଖସିପଡିଥିଲେ । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଘଟଣାଟି ଘଟିବା ସମୟରେ ଟ୍ରେନ୍ ଗତିଶୀଳ ଥିଲା । ଯେତେବେଳେ ବ୍ୟକ୍ତି ଜଣକ ତଳକୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ, ସେ ପ୍ଲାଟଫର୍ମ ଓ ଟ୍ରେନ୍ ମଧ୍ୟରେ ଥିବା ଫାଙ୍କରେ ଖସି ପଡ଼ିଥିଲେ । ଏହି ସମୟରେ ରେଳବାଇ ପୋଲିସ ଫୋର୍ସର ଜଣେ କନେଷ୍ଟବଳଙ୍କ ଆଖି ଉକ୍ତ ବ୍ୟକ୍ତିଙ୍କ ଉପରେ ପଡୁଛି । ସେ ତୁରନ୍ତ ଦୌଡ଼ିଯାଇ ଲୋକଟିକୁ ସେଠାରୁ ବାହାର କରି ଉଦ୍ଧାର କରିଛନ୍ତି । ଏହି ଘଟଣା ଜୁନ୍ ୨୯ ରେ ଘଟିଥିବା କୁହାଯାଉଛି ।

ଏହି ଭିଡିଓ ଭାଇରାଲ ହେବା ପରେ ଆରପିଏଫ କନେଷ୍ଟବଳଙ୍କୁ ବହୁତ ପ୍ରଶଂସା କରାଯାଉଛି । ଭିଡିଓରେ, ଆରପିଏଫ୍ କନେଷ୍ଟବଳଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ସାହାଯ୍ୟ କରିବାକୁ ଆସିଥିବା ଦେଖିବାକୁ ମିଳିଛି ।

ଦେଖନ୍ତୁ ଭିଡ଼ିଓ:

video coutersy : ANI

କେନ୍ଦ୍ରୀୟ ରେଳ ମଧ୍ୟ ଏ ସମ୍ପର୍କରେ ଏକ ବୟାନ ଜାରି କରିଛି । କେନ୍ଦ୍ରୀୟ ରେଳବାଇ କହିଛି ଯେ ଜୁନ୍ ୨୯ ରେ ମୁମ୍ବାଇର ବୋରିଭାଲୀ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରୁଥିବାବେଳେ ଖସିପଡିଥିବା ଜଣେ ଯାତ୍ରୀଙ୍କୁ ଆରପିଏଫ୍ କନଷ୍ଟେବଳ ଉଦ୍ଧାର କରିଛନ୍ତି । ଯାତ୍ରୀ ଜଣକ ଟ୍ରେନ୍ ଓ ପ୍ଲାଟଫର୍ମ ମଧ୍ୟରେ ଥିବା ଫାଙ୍କ ନିକଟରେ ଖସି ପଡିଥିଲେ କିନ୍ତୁ ସେତେବେଳେ କନଷ୍ଟେବଳ ତାଙ୍କୁ ଟାଣି ଆଣି ଜୀବନ ରକ୍ଷା କରିଥିଲେ ।

ଡୋର ପାଖରେ ଠିଆ ହେବା କିମ୍ବା ଚଳନ୍ତା ଟ୍ରେନରେ ଓହ୍ଲାଇବାକୁ ଚେଷ୍ଟା କରିବା ସାଂଘାତିକ ପ୍ରମାଣିତ ହୋଇପାରେ । ପ୍ରାୟତଃ ଲୋକମାନେ ଶୀଘ୍ର ଚଳନ୍ତା ଟ୍ରେନରୁ ଓହ୍ଲାଇ ଦୁର୍ଘଟଣାର ଶିକାର ହୁଅନ୍ତି । ଚଳନ୍ତା ଟ୍ରେନରୁ ଡେଇଁବା କେତେ ବିପଜ୍ଜନକ ହୋଇପାରେ ଏହି ଭିଡିଓ ହେଉଛି ପ୍ରମାଣ । ଲୋକମାନେ ଏହିପରି ଘଟଣାଗୁଡ଼ିକରୁ ଶିକ୍ଷା ନେବା ଉଚିତ ଓ ଚଳନ୍ତା ଟ୍ରେନରେ ଚଢିବା କିମ୍ବା ଓହ୍ଲାଇବା ପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.