ଆର୍‌ପିଏଫ୍‌ ଯବାନ ସାଜିଲେ ଦେବଦୂତ, ମୃତ୍ୟୁମୁଖରୁ ଦିବ୍ୟାଙ୍ଗଙ୍କୁ ଏମିତି ବଞ୍ଚାଇଲେ; ଦେଖନ୍ତୁ ଭିଡିଓ

ମହାରାଷ୍ଟ୍ରରେ ଜଣେ ଆରପିଏଫ୍‌ ଯବାନ ଜଣେ ଦିବ୍ୟାଙ୍ଗଙ୍କ ଜୀବନ ବଞ୍ଚାଇଛନ୍ତି। ଦିବ୍ୟାଙ୍ଗ ଜଣକ ଚଳନ୍ତା ଟ୍ରେନ୍‌ ଧରିବାକୁ ଚେଷ୍ଟା କରୁଥିଲେ, ମାତ୍ର ତାଙ୍କ ଗୋଡ଼ ଖସିଯାଇଥିଲା ଓ ସେ ଟ୍ରେନ୍‌ ତଳକୁ ଆସିବା ଭୟ ଥିଲା। ଏହି ସମୟରେ ଆରପିଏଫ୍‌ ଯବାନ ଦେବଦୂତ ସାଜି ସେଠାରେ ପହଞ୍ଚି ତାଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଘଟଣା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ରିପୋର୍ଟ ମୁତାବକ, ମହାରାଷ୍ଟ୍ରର ରାୟଗଢ଼ ଜିଲ୍ଲାର ପନବିଲ ରେଲେଓ୍ଵ ଷ୍ଟେସନ୍‌ରେ ଜଣେ ଦିବ୍ୟାଙ୍ଗ ଚଳନ୍ତା ଟ୍ରେନ୍‌ରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଗୋଡ଼ରେ ସମସ୍ୟା ଥିବାରୁ ସେ ଧୀରେ ଧୀରେ ସ୍ପିଡ୍‌ ବଢ଼ାଉଥିବା ଟ୍ରେନ୍‌ ସହ ତାଳ ଦେଇ ଦୌଡ଼ିପାରୁନଥିଲେ। ଉକ୍ତ ଦିବ୍ୟାଙ୍ଗଙ୍କୁ ଜଣେ ଯାତ୍ରୀ ଭିତରକୁ ଟାଣିବାକୁ ଚେଷ୍ଟା କରୁଥିଲେ କିନ୍ତୁ ସେ ବାରମ୍ବାର ଫେଲମାରୁଥିଲେ।

ଦେଖନ୍ତୁ ଭିଡିଓ:


ଚଳନ୍ତା ଟ୍ରେନ୍‌ରେ ଏଭଳି ଚଢ଼ିବା ଦ୍ୱାରା ଦିବ୍ୟାଙ୍ଗ ଟ୍ରେନ୍‌ ତଳକୁ ଖସିଯିବା ଭୟ ଥିଲା। ଇତିମଧ୍ୟରେ ଆରପିଏଫ୍‌ର ଜଣେ ଯବାନଙ୍କର ତାଙ୍କ ଉପରେ ନଜର ପଡ଼ିଥିଲା। ସେ ଦୌଡ଼ି ଆସି ଦିବ୍ୟାଙ୍ଗଙ୍କ ପାଖରେ ପହଞ୍ଚିଥିଲେ ଓ ଟାଣି ନେଇ ଟ୍ରେନ୍‌ରୁ ଦୂରେଇ ଦେଇଥିଲେ। ଯବାନଙ୍କର ଏହି ସାହାଯ୍ୟ ଯୋଗୁ ଦିବ୍ୟାଙ୍ଗ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଏହି ଭିଡିଓକୁ ଆରପିଏଫ୍‌ ତରଫରୁ ସେୟାର କରାଯାଇଛି। ଭିଡିଓରେ ଲୋକମାନେ ଆରପିଏଫ୍‌ ଯବାନ୍‌ଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.