ବିକ୍ରି ହେବ ଆଇଏନ୍‌ଏସ୍‌ ବିରାଟ, ମୂଲ୍ୟ ରହିଛି ୧୦୦ କୋଟି

ନୂଆଦିଲ୍ଲୀ : ଭାରତୀୟ ନୈାସେନାର ଗୈାରବ ବହନ କରିଥିବା ବିମାନ ପରିବହନକାରୀ ଆଇଏନ୍‌ଏସ୍‌ ବିରାଟ ୧୦୦ କୋଟି ଟଙ୍କାରେ ବିକ୍ରି ହେବ ବୋଲି ଜଣାପଡ଼ିଛି । ଆଇଏନ୍‌ଏସ୍‌ର ନୂତନ ମାଲିକ ମୁକେଶ ପଟେଲ ଏହାକୁ ବିକ୍ରି କରିବାକୁ ମୁମ୍ବାଇର ଏକ କମ୍ପାନୀକୁ ୧୧୩ କୋଟିର ଅଫର ଦେଇଛନ୍ତି ।

ତେବେ ୧୦୦ କୋଟି ହେଲେ ବିରାଟ ଦେଇଦେବେ ବୋଲି ଶ୍ରୀରାମ ଗ୍ରୁପ କହିଛି । ଆଇଏନଏସ ବିରାଟ ହେଉଛି ଏକ ବିମାନ ବାହକ, ଯାହା ୧୯୮୭ରେ ନୌସେନାର ରେ ସାମିଲ ହୋଇଥିଲା ଏବଂ ୨୦୧୭ରେ ସେବା ନିବୃତ ହୋଇଥିଲା।

ଚଳିତ ବର୍ଷ ଜୁଲାଇରେ ନିଲାମ ସମୟରେ ଏହାକୁ ଶ୍ରୀ ରାମ ଗ୍ରୁପ୍ ୩୮.୫୪ କୋଟି ଟଙ୍କାରେ କିଣିଥିଲା । ତେବେ ଏହି ସେବା ନିବୃତ ଯୁଦ୍ଧ ଜାହାଜକୁ ସଂଗ୍ରହାଳୟରେ ପରିଣତ କରିବା ପାଇଁ ବିରାଟ ଏନଭିଟେକ୍‌ ମେରାଇନ୍‌ କନସଲ୍‌ଟାଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀ ଉଦ୍ୟମ କରୁଛି ।