ଚାଷୀ ପୁଅକୁ ବାହା ହେଲେ ମହିଳାଙ୍କୁ ମିଳିବ ୨ ଲକ୍ଷ ଟଙ୍କା, କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କୁମାରସ୍ୱାମୀଙ୍କ ଘୋଷଣା
ଚାଷୀ ପୁଅକୁ ବାହା ହେଲେ ମିଳିବ ୨ ଲକ୍ଷ ଟଙ୍କା। ଏହା କହିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ (ସେକ୍ୟୁଲର) ନେତା ଏଚ୍ଡି କୁମାରସ୍ୱାମୀ।

ଚାଷୀ ପୁଅକୁ ବାହା ହେଲେ ମିଳିବ ୨ ଲକ୍ଷ ଟଙ୍କା। ଏହା କହିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ (ସେକ୍ୟୁଲର) ନେତା ଏଚ୍ଡି କୁମାରସ୍ୱାମୀ। କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କୁମାରସ୍ୱାମୀ ସୋମବାର ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଚାଷୀ ପୁଅକୁ ବାହା ହେଉଥିବା ମହିଳାଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିବ।
କୋଲାରରେ ‘ପଞ୍ଚରତ୍ନ’ ରାଲିକୁ ସମ୍ବୋଧିତ କରି କୁମାରସ୍ୱାମୀ ଏହି ଘୋଷଣା କରିଛନ୍ତି। ଏହି ସମୟରେ ସେ କହିଥିଲେ କି, ଚାଷୀମାନଙ୍କ ପିଲାଙ୍କ ବିବାହକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଝିଅମାନଙ୍କୁ ୨ ଲକ୍ଷ ଟଙ୍କା ଦେବା ଉଚିତ୍।
ଏଚ୍ଡି କୁମାରସ୍ୱାମୀ କହିଛନ୍ତି, ମୋତେ ଏକ ପିଟିସନ ମିଳିଛି, ଯେଉଁଥିରୁ ଜଣାପଡ଼ିଛି ଯେ ଝିଅମାନେ ଚାଷୀମାନଙ୍କ ପୁଅଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତ ନୁହଁନ୍ତି। ଚାଷୀ ପିଳାମାନଙ୍କ ବିବାହକୁ ପ୍ରୋତ୍ସାହନ ଦେବା ପାଇଁ ସରକାରଙ୍କୁ ଝିଅମାନଙ୍କୁ ୨ ଲକ୍ଷ ଟଙ୍କା ଦେବା ଉଚିତ୍। ଏହା ଚାଷୀ ପରିବାର ଏବଂ ଏମିତି ପରିବାରରୁ ଆସୁଥିବା ଯୁବକଙ୍କ ପାଇଁ ଏକ ଭଲ ନିଷ୍ପତ୍ତି ହେବ।