RSS ମୁଖ୍ୟ ମୋହନ ଯାଦବଙ୍କ ସୁରକ୍ଷା ବଢାଇଛନ୍ତି କେନ୍ଦ୍ର ସରକାର । ଗୃହ ମନ୍ତ୍ରଣାଳୟ ତରଫରୁ Z+ ସୁରକ୍ଷାକୁ ବଢାଇ ASL (ଆଡଭାନ୍ସ ସିକ୍ୟୁରିଟି ଲିଏଜନ) କୁ ପରିବର୍ତ୍ତନ କରାଯାଇଛି । ମୋହନ ଯାଦବଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଭଳି ସୁରକ୍ଷା ଦିଆଯାଇଛି । ଏଏସଏଲ ସୁରକ୍ଷା କେବଳ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ମିଳିଥାଏ ।
ଖବର ମୁତାବକ, କିଛି ରାଜ୍ୟରେ ମୋହନ ଭାଗବତଙ୍କ ସୁରକ୍ଷାରେ ଅବହେଳା ଦେଖିଥିଲା ଗୃହ ମନ୍ତ୍ରଣାଳୟ । ଏହାପରେ ନୂଆ ସୁରକ୍ଷା ପ୍ରୋଟୋକଲ ପରେ କାମ କରାଯାଇଥିଲା ଏବଂ ସୁରକ୍ଷା ମଜବୁତ କରାଯାଇଥିଲା । ଭାରତର ଅନେକ ବିରୋଧୀ ସଂଗଠନ ଟାର୍ଗେଟରେ ରହିଥିଲା । ତେଣୁ ଗୃହ ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଥିଲା । ସୁରକ୍ଷା ବଢାଇବା ବିଷୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୂଚନା ଦିଆଯାଇଛି । ଏବେ ନୂଆ ସିକ୍ୟୁରିଟି ପରେ ମୋହନ ଯାଦବଙ୍କ ଗସ୍ତ ପୂର୍ବରୁ ସିଆଇଏସଏଫ ଟିମ ସେଠାରେ ଉପସ୍ଥିତ ରହିବ ।
ଏଏସଏଲ ସୁରକ୍ଷା ମୁତାବକ, ଏଥିରେ ଜିଲ୍ଲା ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟ ଏବଂ ଅନ୍ୟ ବିଭାଗ ସହିତ ସ୍ଥାନୀୟ ଏଜେନ୍ସୀ ସହଭାଗିତା ରହିବ । ତେବେ ଯେଉଁ ସ୍ଥାନକୁ ମୋହନ ଭାଗବତ ଯିବେ, ତା’ ପୂର୍ବରରୁ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ନୀରିକ୍ଷଣ କରିବ । ଏହାପରେ ଗ୍ରୀନ ସିଗନାଲ ମିଳିବା ପରେ ଘଟଣାସ୍ଥଳକୁ ଯିବାକୁ ଅନୁମତି ମିଳିବ । ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଜୁନ୍ ୨୦୧୫ରେ ସିଆଇଏସଏଫର ୫୫ କମାଣ୍ଡର Z+ ସୁରକ୍ଷା ମିଳିଥିଲା ।
Z+ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଏହି ନିରାପତ୍ତାରେ ୫୫ ଟି କମାଣ୍ଡୋ ନିୟୋଜିତ, ଯେଉଁମାନେ ୨୪ ଘଣ୍ଟିଆ ସୁରକ୍ଷା ପାଇଥିବା VIP ସହିତ ରୁହନ୍ତି । ସୁରକ୍ଷା କ୍ଷେତ୍ରରେ ନିୟୋଜିତ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଯଥା NSG ର କମାଣ୍ଡୋ । ଏହି କମାଣ୍ଡୋମାନଙ୍କର ପ୍ରଶିକ୍ଷଣ ଅତ୍ୟନ୍ତ କଠୋର ଏବଂ ସେମାନେ ଆଖି ପିଛୁଳାକେ ଶତ୍ରୁକୁ ଦୂର କରନ୍ତି । କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସରେ NSG କମାଣ୍ଡୋ ଚୟନ କରାଯାଇଛି ।