ଦେଶ ବିଦେଶ

ଶକ୍ତି ହିଁ ଶାନ୍ତିର ଆଧାର, ସାଧନା ହିଁ ମୁକ୍ତିର ଆଧାର: ମୋହନ ଭାଗବତ

ନାଗପୁର: ଶକ୍ତି ହିଁ ଶାନ୍ତିର ଆଧାର, ସାଧନା ହିଁ ମୁକ୍ତିର ଆଧାର। ନାଗପୁର ଆରଏସଏସ ମୁଖ୍ୟାଳୟରେ ବିଜୟାଦଶମୀ ଉତ୍ସବ ଅବସରରେ ଏହା କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। ମହିଳା-ପୁରୁଷ ବିନା ସମାଜ ଗଠନ ସମ୍ଭବ ନୁହେଁ। ମାତୃ ଶକ୍ତିକୁ ଅଣଦେଖା କରାଯାଇପାରିବ ନାହିଁ। ‘ମହିଳାମାନଙ୍କୁ ପୂଜାଘରେ ବନ୍ଦ କରିି ରଖିବା ଉଚିତ୍‌ ନୁହେଁ। ମାତୃଶକ୍ତିର ମୁକାବିଲା କରିବା ପୁରୁଷ ପକ୍ଷରେ ସମ୍ଭବ ନୁହେଁ। ମହିଳାମାନଙ୍କ ପ୍ରତି ପୁରୁଷବାଦୀ ଚିନ୍ତାଧାରାର ପରିବର୍ତ୍ତନ ଜରୁରୀ। ସଂଘ ବିଶ୍ୱ କଲ୍ୟାଣ ଦିଗରେ କାର୍ଯ୍ୟ କରୁଛି।

ସାରା ଦୁନିଆରେ ଭାରତର ବିଶ୍ୱସନୀୟତା ବଢ଼ିଛି ପ୍ରତିଷ୍ଠା ବଢ଼ିଛି। ବିଶ୍ୱରେ ଭାରତ ଉଠାଉଥିବା ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଉଛିି। କରୋନା ପରେ ଦେଶର ଅର୍ଥବ୍ୟବସ୍ଥା ସୁଦୃଢ଼ ହୋଇଛି, ବୃଦ୍ଧି ପାଇଛି। ରୁଷ-ୟୁକ୍ରେନ୍‌ ଯୁଦ୍ଧରେ ଭାରତର ଆଭିମୁଖ୍ୟକୁ ବିଶ୍ୱରେ ସମ୍ମାନ ମିଳିଛି। ପ୍ରତିରକ୍ଷା ମାମଲାରେ ଦେଶ ସ୍ୱାବଲମ୍ବୀ ହେବା ଆରମ୍ଭ କରିଛି। କର୍ଯ୍ୟକ୍ରମରେ ମୋହନ ଭାଗବତଙ୍କ ସହ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ଜଣେ ମହିଳା । ପ୍ରଥମ ମହିଳା ଭାବେ ମାଉଣ୍ଟ ଏଭରେଷ୍ଟ ଚଢିଥିବା ସନ୍ତୋଷ ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି।

Sonalisa

Recent Posts

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

2 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

2 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

2 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

2 hours ago

ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ, ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…

3 hours ago

ମଣିଷ ଶରୀରରେ କେତେ ଉତ୍ତାପ ବହନ କରିବାର କ୍ଷମତା ରହିଛି ?

ବିଶ୍ୱର ଅନେକ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଏହି ଉତ୍ତାପକୁ ସହ୍ୟ କରିବା…

4 hours ago