ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ୨୦୨୦ରେ ସେନା ସ୍କୁଲ ଖୋଲିବାକୁ ଯୋଜନା ଚଳାଇଛି। ଏଠାରେ ଭାରତୀୟ ସଶସ୍ତ୍ର ବଳରେ କାମ କରିବା ପାଇଁ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହି ସ୍କୁଲକୁ ଆରଏସଏସର ଶିକ୍ଷା ଶାଖା ବିଦ୍ୟା ଭାରତୀ ଚଲାଇବ।
ରିପୋର୍ଟ ମୁତାବକ, ସ୍କୁଲର ନାମ ଆରଏସଏସର ପୂର୍ବ ସଂଘଚାଳକ ରଜ୍ଜୁ ଭୟା ସୈନିକ ବିଦ୍ୟାମନ୍ଦିର ରଖାଯିବ। ରଜ୍ଜୁ ଭୟା ସୈନିକ ବିଦ୍ୟାମନ୍ଦିରର ପ୍ରଥମ ଶାଖା ଉତ୍ତର ପ୍ରଦେଶର ବୁଲନ୍ଦସର ଜିଲ୍ଲାର ଶିକାରପୁରରେ ଖୋଲା ଯିବ। ୧୯୨୨ରେ ରଜ୍ଜୁ ଭୟାଙ୍କ ଜନ୍ମ ହୋଇଥିଲା। ବିଦ୍ୟାଭାରତୀ ଏଠାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଜରିଆରେ ପାଠକ୍ରମ ପ୍ରଚଳନ କରିବ। ଏଥିରେ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହେବ। ଏହି ସ୍କୁଲର କାର୍ଯ୍ୟ ୨୦୨୦ରୁ ଆରମ୍ଭ ହେବ। ଅଗଷ୍ଟ ସେପ୍ଟେମ୍ବରରୁ ନାମାଙ୍କନ ପାଇଁ ଆବେଦନ ମଧ୍ୟ ଗ୍ରହଣ କରାଯିବ। ଯଦି ଏହି ଯୋଜନା କାର୍ୟକାରୀ କରେ ତେବେ ଖୁବଶୀଘ୍ର ପାଠପଢା ମଧ୍ୟ ହେବ ବୋଲି ଜଣେ ଆରଏସଏସ ଅଧିକାରୀ କହିଛନ୍ତି। ଏ ପର୍ଯ୍ୟନ୍ତ ଆରଏସଏସ ଶିକ୍ଷା ଶାଖା ବିଦ୍ୟା ଭାରତୀ ସମଗ୍ର ଦେଶରେ ୨୦ ହଜାରରୁ ଉର୍ଦ୍ଧ୍ବ ସ୍କୁଲ ଚଲାଉଛି।