ଦିଲ୍ଲୀ ବିଧାନସଭାରେ ମଣିପୁର ତାତି, ବିଧାନସଭା ଅଚଳ
ଦିଲ୍ଲୀ ବିଧାନସଭାରେ ମଣିପୁର ତାତି । ଉତ୍ତରପୂର୍ବ ରାଜ୍ୟରେ ହୋଇଥିବା ହିଂସାକୁ ନେଇ ଏକ ସ୍ୱଳ୍ପ ସମୟ ଆଲୋଚନାକୁ ନେଇ ଦେଖିବାକୁ ମିଳିଥିଲା ଉତ୍ତେଜନା । ବିରୋଧୀ ବିଜେପି ବିଧାୟକମାନେ ଏହାକୁ ଜୋରଦାର ବିରୋଧ କରିଥିଲେ । ଫଳରେ ୪ ଜଣ ବିଧାୟକଙ୍କୁ ଗୃହରୁ ବାହାର ରାସ୍ତା ଦେଖାଇଥିଲେ ମାର୍ଶଲ ।

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ମଣିପୁର ତାତି । ଉତ୍ତରପୂର୍ବ ରାଜ୍ୟରେ ହୋଇଥିବା ହିଂସାକୁ ନେଇ ଏକ ସ୍ୱଳ୍ପ ସମୟ ଆଲୋଚନାକୁ ନେଇ ଦେଖିବାକୁ ମିଳିଥିଲା ଉତ୍ତେଜନା । ବିରୋଧୀ ବିଜେପି ବିଧାୟକମାନେ ଏହାକୁ ଜୋରଦାର ବିରୋଧ କରିଥିଲେ । ଫଳରେ ୬ ଜଣ ବିଧାୟକଙ୍କୁ ଗୃହରୁ ବାହାର ରାସ୍ତା ଦେଖାଇଥିଲେ ମାର୍ଶଲ ।
ଘଟଣାକୁ ନେଇ ବିଜେପି କର୍ମୀମାନେ ବିକ୍ଷୋଭ କରିଥିଲେ । ଦିଲ୍ଲୀ ବିଧାନସଭାରେ କେବଳ ଦିଲ୍ଲୀର ସମସ୍ୟାକୁ ନେଇ ଆଲୋଚନା ହେବବୋଲି ହଟ୍ଟଗୋଳ କରିଥିଲେ ବିରୋଧୀ । ପରିସ୍ଥିତି ଏପରି ହେଲା ଯେ, ୬ ବିଧାୟକଙ୍କ ସମେତ ବିରୋଧୀ ଦଳ ନେତା ରାମବୀର ସିଂହ ବିଧୁଡ଼ିଂକୁ ମାର୍ଶଲମାନେ ବିଧାନସଭାରୁ ବାହାର କରିଦେଇଥିଲେ। ମଣିପୁର ଉପରେ ହୋଇଥିବା ଆଲୋଚନାକୁ ବିଜେପି ବିରୋଧ କରୁଥିବାରୁ ଏହା ଲଜ୍ଜାଜନକ ବିଷୟ ବୋଲି ଆପ୍ କହିଛି।