ଭାରତର ସ୍ୱଦେଶୀ ମହାକାଶ ଶିଳ୍ପ ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା

ସ୍ୱଦେଶୀ ମହାକାଶ ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ୧୦୦୦ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଏକ ଦଶନ୍ଧିରେ ଭାରତୀୟ ମହାକାଶ ଅର୍ଥନୀତି ପାଞ୍ଚ ଗୁଣ ବୃଦ୍ଧି ପାଇବ । ଏହା ଏକ ଭେଞ୍ଚର କ୍ୟାପିଟାଲ ଫଣ୍ଡ, ଯାହା ମାଧ୍ୟମରେ ମହାକାଶ ଶିଳ୍ପରେ ବିନିଯୋଗ କରାଯିବ ।
ଏ ସମ୍ପର୍କରେ ସ୍ପେସ୍ ଟେକ୍ ଷ୍ଟାର୍ଟଅପ୍ ଅଗ୍ନିକୁଲ୍ର ସହ-ସଂସ୍ଥାପକ ଶ୍ରୀନାଥ ରବିଚନ୍ଦ୍ରନ୍ କହିଛନ୍ତି, ଏହା ଏକ ଭଲ ଖବର । ଏହାଦ୍ୱାରା ଘରୋଇ ସ୍ପେସ୍ କମ୍ପାନୀଗୁଡ଼ିକୁ ଆଗକୁ ବଢ଼ିବାରେ ସାହାଯ୍ୟ ମିଳିବ । ଏହା ସହିତ ନୂଆ ଖେଳାଳି ମୈଦାନକୁ ଆସିବେ ।
ଅଗ୍ନିକୁଲ୍ ଇସ୍ରୋର ଶ୍ରୀହାରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରେ ନିଜର ଲଞ୍ଚପ୍ୟାଡ୍ ନିର୍ମାଣ କରିଛି । IN-SPACe ଅଧ୍ୟକ୍ଷ ପୱନ କେ. ଗୋଏଙ୍କା କହିଛନ୍ତି ଯେ ଏହି ପାଣ୍ଠି ଦ୍ୱାରା ଘରୋଇ ସ୍ପେସ୍ କମ୍ପାନୀ ଏବଂ ଷ୍ଟାର୍ଟଅପ୍କୁ ବହୁତ ଲାଭ ହେବ । ସେମାନଙ୍କୁ ପ୍ରୋତ୍ସାହନ ମିଳିବ । ବିଶ୍ୱ ମହାକାଶ ବଜାରରେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବ ।