ଦୁଇ ହଜାର ଟଙ୍କା ନୋଟ୍‌କୁ ନେଇ ପୁଣି ଗୁଜବ, ଜମାରୁ ଡରନ୍ତୁ ନାହିଁ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ଖବର ପୁଣି ଥରେ ଏବେ ଲୋକଙ୍କୁ ବିଭ୍ରାନ୍ତିରେ ପକାଇ ଦେଇଛି । ଚିନ୍ତାରେ ପଡ଼ିଛନ୍ତି ଲୋକେ । କୁଆଡ଼େ ୨ ହଜାର ଟଙ୍କିଆ ନୋଟ୍‌ ବନ୍ଦ ହୋଇଯିବ । ଆସନ୍ତା ଜାନୁଆରୀ ୧ ତାରିଖରୁ ଆଉ ୨ ହଜାର ଟଙ୍କିଆ ନୋଟ୍‌ ଚଳିବ ନାହିଁ । ଆଗକୁ ୧ ହଜାର ଟଙ୍କିଆ ନୋଟ୍‌ ପୁଣି ଥରେ ବଜାରକୁ ଆସିବ ।
ତେବେ ଆମେ ସାଧାରଣ ଲୋକଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ଏଭଳି ଖବର ଏକଦମ୍‌ ମିଛ । ନା ଭାରତୀୟ ରିଜର୍ଭ ବ୍ୟାଙ୍କ ଏଭଳି ଘୋଷଣା କରିଛି ନା ଆପଣମାନେ କାରବାର କରୁଥିବା କୌଣସି ବ୍ୟାଙ୍କ ତରଫରୁ ଏଭଳି ସୂଚନା ଦିଆଯାଇଛି। କିଛି ଦିନ ତଳେ ସୂଚନା ଅଧିକାର କର୍ମୀଙ୍କ ପକ୍ଷରୁ ଏ ନେଇ ଯେତେବେଳେ ପ୍ରଶ୍ନ କରାଯାଇଥିଲା ସେତେବେଳେ ରିଜର୍ଭ ବ୍ୟାଙ୍କ ଏଭଳି ଗୁଜବକୁ ଖଣ୍ଡନ କରିଥିଲେ ଏବଂ ୨ ହଜାର ଟଙ୍କିଆ ନୋଟ୍‌ ଚଳୁଛି ଓ ଏବେବି ଛପା ଯାଛି ବୋଲି କୁହାଯାଇଥିଲା । ତେଣୁ ଏହି ନୋଟ୍‌କୁ ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଛି ତାକୁ ବିଶ୍ୱାସ ନକରିବା ଲାଗି କୁହାଯାଇଛି ।
ଏଭଳି ଗୁଜବ ପୂର୍ବରୁ ଅନେକଥର ପ୍ରଚାର ହୋଇଛି । ଯଦି କେହି ଏହାକୁ ନେଇ ଚିନ୍ତାରେ ଥାନ୍ତି ତେବେ ନିଜ ଆକାଉଣ୍ଟ ଥିବା ବ୍ୟାଙ୍କର ପରିଚାଳକଙ୍କୁ ଭେଟନ୍ତୁ । ସେ ସବୁ କିଛି ସ୍ପଷ୍ଟ ଭାବେ ଆପଣଙ୍କୁ ବୁଝାଇ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.