‘ଆମେରିକା ଯୁଦ୍ଧ ବିମାନ F-15 ଓ F-16କୁ ଆକାଶରୁ ଖସାଅ, ୧.୪୧ କୋଟି ଟଙ୍କା ପୁରସ୍କାର ପାଅ…’, ନିର୍ଦ୍ଦେଶ ଦେଲା ରୁଷ୍‌

ଆମେରିକା ଯୁଦ୍ଧ ବିମାନକୁ ଆକାଶରୁ ମାରି ଖସାଇବାକୁ ନିର୍ଦ୍ଦେଶ ଦେଇଛି ରୁଷ୍‌ । ଯିଏ ପ୍ରଥମେ ଆମେରିକୀୟ ଫାଇଟର୍‌ ଜେଟ୍‌ F-15 ଓ F-16କୁ ଆକାଶରୁ ମାରି ଖସାଇବ, ତାକୁ ସରକାରଙ୍କ ତରଫରୁ ୧୫ ମିଲିୟନ ରୁବଲ୍ସ ମିଳିବ । ଅର୍ଥାତ୍‌ ସେହି ସୈନିକ ଜଣକ ପାଖାପାଖି ୧.୪୧ କୋଟି ଟଙ୍କା ପୁରସ୍କାର ପାଇବେ । ଆମେରିକା ସହ ଅନ୍ୟାନ୍ୟ ୟୁରୋପୀୟ ଦେଶ ୟୁକ୍ରେନ୍‌କୁ ସହାୟତା ପାଇଁ ଏପରି ଯୁଦ୍ଧ ବିମାନ ଦେଉଛନ୍ତି, ଯେଉଁଥିପାଇଁ ରୁଷ୍‌ ଏଭଳି ଘୋଷଣା କରିଛି ।

ତୈଳ ଖନନ ଉପକରଣ ତିଆରି କରୁଥିବା ଏକ ରୁଷୀୟ କମ୍ପାନୀ ଏହି ଅଫର୍‌ ଦେଇଛି । ଯେଉଁ ଯୋଦ୍ଧା F-15 ଓ F-16କୁ ଆକାଶରୁ ମାରି ଖସାଇବ, ତାକୁ ୧୫ ମିଲିୟନ ରୁବଲ୍ସ ମିଳିବ ବୋଲି କମ୍ପାନୀ ଘୋଷଣା କରିଛି । କମ୍ପାନୀ ନିଜ ତରଫରୁ ରୁଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏହି ଅଫର୍‌ ଦେଇଛି । ରୁଷୀୟ ସମାଚାର ଏଜେନ୍ସି ‘TASS’ ଏହି ଖବରକୁ ନିଶ୍ଚିତ କରିଛି ।

କମ୍ପାନୀର ଡେପୁଟି ଏକ୍ସିକ୍ୟୁଟିଭ୍‌ ଡାଇରେକ୍ଟର ଫର୍‌ ସୋସିଆଲ ଓ୍ଵାର୍କ ଇଲିଆ ପୋତେନିନ୍‌ ଏକ ଭିଡିଓ ରିଲିଜ୍‌ କରି ଏହି କଥା କହିଛନ୍ତି । କୁହାଯାଇଛି ଯେ ଯେଉଁ ରୁଷୀୟ ସୈନିକ ୟୁକ୍ରେନ୍‌ରେ ଆମେରିକାର ଯୁଦ୍ଧ ବିମାନକୁ ଆକାଶରୁ ମାରି ଖସାଇବ, ତାକୁ ପୁରସ୍କାର ମିଳିବ ।

କହି ରଖୁଛୁ ଯେ ଗତ ଜୁନ୍‌ରେ ଫୋରେସ୍‌ କମ୍ପାନୀର ସିଇଓ ସର୍ଗେଇ ଶମୋତ୍‌ୟେଭ୍‌ ଏମିତି ଏକ ଘୋଷଣା କରିଥିଲେ । ସେ କହିଥିଲେ ଯେ ଯେଉଁ ସୈନିକ ପ୍ରଥମେ ୟୁକ୍ରେନ୍‌ର ଟ୍ୟାଙ୍କ୍‌ ଧ୍ୱସ୍ତ କରିବ, ତାକୁ ୫୦ ଲକ୍ଷ ରୁବଲ୍ସ ଅର୍ଥାତ୍‌ ୪.୭୩ କୋଟି ଟଙ୍କା ଏବଂ ପରବର୍ତ୍ତୀ ଟ୍ୟାଙ୍କ୍‌ଗୁଡ଼ିକୁ ଧ୍ୱସ୍ତ କଲେ ୫ ଲକ୍ଷ ରୁବଲ୍ସ ଅର୍ଥାତ୍‌ ୪୭.୫୦ ଲକ୍ଷ ଟଙ୍କା ମିଳିବ । ତେବେ ଏହି ରାଶି ଦିଆଯାଉଥିବା ଭିିତରେ ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପାଇଁ ପୁରସ୍କାର ଘୋଷଣା କରାଯାଇଛି ।