ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଋଷର ସାମୟିକ ଯୁଦ୍ଧବିରତି ଘୋଷଣା, ନିରାପଦ ସ୍ଥାନକୁ ଯିବାକୁ ଲାଗୁ ହୋଇଛି ବ୍ଯବସ୍ଥା

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷର ସାମୟିକ ଯୁଦ୍ଧବିରତି ଘୋଷଣା। ଦକ୍ଷିଣ ୟୁକ୍ରେନ ସହର ମାରିୟୁପୁଲ ଓ ଭୋଲନୋଭାଖାରେ ସାମୟିକ ଯୁଦ୍ଧବିରତି ଘୋଷଣା କରିଛି। ଯୁଦ୍ଧରେ ଫସିଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଫେରିଯିବାକୁ ଏହି ଘୋଷଣା କରାଯାଇଛି।

ୟୁକ୍ରେନ ସମୟ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଯୁଦ୍ଧବିରତି ଲାଗୁ ହେବ। ମାରିୟାପୁଲରେ ୪ଲକ୍ଷ ୪୦ହଜାର ଓ ଭୋଲନୋଭାଖାରେ ୨୧ହଜାର ଲୋକ ରହିଛନ୍ତି। ସେଠାରେ ରୁଷ ସେନା ପାଣି ଓ ବିଜୁଳି ସଂଯୋଗ କାଟି ଦେଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ମାନବୀୟ କରିଡର ପାଇଁ ଋଷ ରାଜି ହୋଇଥିଲା । ଏହି ସମୟରେ ଋଷ ସେନା କୈଣସି ଆକ୍ରମଣ କରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.