ଋଷର ସାମୟିକ ଯୁଦ୍ଧବିରତି ଘୋଷଣା, ସାଧାରଣ ଲୋକ ବାହାରକୁ ଯିବାକୁ ଅନୁମତି

କିଭ୍‌, ସୁମିରେ ଋଷର ସାମୟିକ ଯୁଦ୍ଧବିରତି ଘୋଷଣା । ଭାରତୀୟ ସମୟ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା । କିଭ୍‌, ମାରିୟୁପୁଲ, ଖାରକିଭରେ ସାମୟିକ ଯୁଦ୍ଧବିରତି ଘୋଷଣା । ୟୁକ୍ରେନର ୪ ସହରରେ ଯୁଦ୍ଧବିରତି ଘୋଷଣା । ସାଧାରଣ ଲୋକ ବାହାରକୁ ଯିବାକୁ ଅନୁମତି । ଫସିଥିବା ସାଧାରଣ ଲୋକଙ୍କୁ ଉଦ୍ଧାର ପାଇଁ ଋଷର ନିଷ୍ପତି ।

ସୂଚନା ଥାଉକି, ଋଷର ୬୦୦ ମିସାଇଲ ମାଡ଼ ହୋଇଛି । ୟୁକ୍ରେନ ବିଭିନ୍ନ ସହରରେ ୬୦୦ ମିସାଇଲ ମାଡ଼ ହୋଇଛି । କିଭରେ ମିସାଇଲ ହମଲାରେ ନାଗରିକଙ୍କ ମୃତ୍ୟୁ ହୋଇଛି । ତୀବ୍ର ହେଉଛି ରୁଷ-ୟୁକ୍ରେନ୍‌ ଲଢ଼େଇ । ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହନ୍ତି ଜେଲେନ୍‌ସ୍କି । ଲକ୍ଷ୍ୟ ହାସଲ ଦିଗରେ ବଢ଼ୁଛନ୍ତି ପୁଟିନ୍‌ । ୟୁକ୍ରେନ୍‌ ଆକାଶରୁ ବର୍ଷୁଛି ମିଶାଇଲ । ଗର୍ଜୁଛି ତୋପ । ଗୋଟିଏ ପରେ ଗୋଟିଏ ସହର କବ୍‌ଜା କରୁଛି ପୁଟିନ୍‌ ସେନା । ଆଜି ଲଢ଼େଇର ୧୨ ଦିନ । ୟୁକ୍ରେନ୍‌ର ପୂର୍ବ ଓ ଦକ୍ଷିଣ ଭାଗରେ ପ୍ରଚଣ୍ଡ ହେଉଛି ଆକ୍ରମଣ ।

କିଭ୍‌, ଖାରକିଭ୍‌ ଓ ଖେରସନ୍‌ ପରେ ସୁମିରେ ଭୟଙ୍କର ଲଢ଼େଇ । ସୁମିରେ ଘନଘନ ରକେଟ୍‌ ମାଡ଼ । ହୁହୁ ହୋଇଛି ଜଳୁଛି ବିଲ୍‌ଡିଂ। କିଭ୍‌ ନିକଟରେ ଥିବା ଅନ୍ୟ ଏକ ସହର ବୁକା ଉପରେ ବି ଜୋରଦାର ହମ୍‌ଲା । ଚେର୍ଣ୍ଣିହିବ୍‌ରେ ବର୍ଷୁଛି ବୋମା । ବହୁ ଆବାସିକ ବିଲ୍‌ଡିଂ ଧ୍ୱଂସ ହୋଇଗଲାଣି। ରୁଷ ଆକ୍ରମଣରେ ଅନେକ ସାଧାରଣ ନାଗରିକଙ୍କ ଜୀବନ ଗଲାଣି। ଇରପିନ, ମାରିୟୁପୁଲ ଓ ଭୋଲନୋଭାଖା ମଧ୍ୟ ରୁଷ ସେନା ଟାର୍ଗେଟ୍‌ରେ ରହିଛି । ବିଭିନ୍ନ ସହରରେ ବିଦ୍ୟୁତ୍‌ ଗ୍ୟାସ ଯୋଗାଣ ବନ୍ଦ ହୋଇଗଲାଣି । ଏସମୟ ଭିତରେ ଋଷ ସାମୟିକ ଯୁଦ୍ଧବିରତି ଘୋଷଣା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.