ମାରିୟୁପୁଲ, ଆଜୋଭଷ୍ଟଲକୁ ସମ୍ପୂର୍ଣ୍ଣ ଦଖଲ କଲା ରୁଷ, ଡୋନବାସ ଅଞ୍ଚଳରେ ଜାରି ରହିଛି ଭୀଷଣ ଯୁଦ୍ଧ

ନୂଆଦିଲ୍ଲୀ : ମାରିୟୁପୁଲକୁ ସମ୍ପୂର୍ଣ୍ଣ କବ୍‌ଜା କଲା ରୁଷ । ମାରିୟୁପୁଲ, ଆଜୋଭଷ୍ଟଲକୁ ସମ୍ପୂର୍ଣ୍ଣ ଦଖଲ କଲା ରୁଷ । ଆଜୋଭଷ୍ଟଲ ଷ୍ଟିଲ ପ୍ଲାଣ୍ଟରୁ ଶେଷ ୟୁକ୍ରେନ ସୈନ୍ୟ ଅସ୍ତ୍ରତ୍ୟାଗ କଲେ । ୨ ହଜାର ୪୦୦ ୟୁକ୍ରେନ ସୈନ୍ୟ ଆଜୋଭଷ୍ଟଲରେ ସରେଣ୍ଡର କଲେ । ସମସ୍ତ ୟୁକ୍ରେନ ଯୋଦ୍ଧାଙ୍କୁ ରୁଷ ନିଆଗଲା । ଏବେବି ଡୋନବାସ ଅଞ୍ଚଳରେ ଜାରି ରହିଛି ଭୀଷଣ ଯୁଦ୍ଧ । ମାରିୟୁପୁଲ, ଆଜୋଭଷ୍ଟଲ ସମ୍ପୂର୍ଣ୍ଣ ଦଖଲ ନେଇ ୟୁକ୍ରେନ ସ୍ପଷ୍ଟ କରିନାହିଁ । ରୁଷ ପ୍ରତିରକ୍ଷାମନ୍ତ୍ରୀ ସରଗେଇ ସୋଇଗୁ ଏହା କହିଛନ୍ତି ।

ଅନ୍ୟପେଟେ ଡୋନ୍‌ବାସରେ ନିରିହ ନାଗରିକଙ୍କୁ ରୁଷ ସେନା ହତ୍ୟା କରୁଛି । ମୃତଦେହ ଉପରେ ପାଦ ରଖି ଆଗକୁ ବଢ଼ୁଛି ରୁଷ୍‌ ସେନା। ଧ୍ୱଂସ ହେଉଛି ଗୋଟିଏ ପରେ ଗୋଟିଏ ସହର। ନର୍କ ହୋଇଗଲାଣି ପୂର୍ବ ଡୋନ୍‌ବାସ । ପୂରା ଅଞ୍ଚଳକୁ ମାଟିରେ ମିଶାଇ ଦେଲାଣି ରୁଷ୍‌ ସେନା। ଓଡେସା ଉପରେ ଆକ୍ରମଣ ଥମୁନି । ନିରନ୍ତର ବର୍ଷୁଛି ବୋମା । ପୂର୍ବ ୟୁକ୍ରେନ୍‌ରେ ଭୀଷଣ ଯୁଦ୍ଧ । ଆକାଶରୁ ମିସାଇଲ ରୂପରେ ଖସୁଛି ମୃତ୍ୟୁ। ଲୁହାନ୍‌ସ୍କରେ ରୁଷ ସେନାର ନରସଂହାର । ସିଭରଡୋନେସ୍କ ସହରର ୭୦ ପ୍ରତିଶତ ଆବାସିକ ବିଲ୍‌ଡିଂ ଧ୍ୱଂସ । ଡୋନେସ୍କ ଅଞ୍ଚଳର ବିଭିନ୍ନ ସହର ଉପରେ ମିସାଇଲ ମାଡ଼ କରିଛି ରୁଷ୍‌ ସେନା । ବାଖମୁତ୍‌ରେ ଲାଗଲାଗ ଏୟାର ଷ୍ଟ୍ରାଇକ୍‌ । ଧ୍ୱଂସ ହେଉଛି ସାଧାରଣ ଭିତ୍ତିଭୂମି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.