ୟୁଏଇ ମୁଦ୍ରା ଅନୁସାରେ ଭାରତ ସହିତ ତୈଳ କାରବାର କରିବାକୁ ନିଷ୍ପତ୍ତି ନେଲା ରୁଷ

ୟୁକ୍ରେନରେ ଭୟାବହ ଯୁଦ୍ଧ କାରଣରୁ ଆମେରିକା ତଥା ପଶ୍ଚିମି ଦେଶ ଗୁଡିକ ତରଫରୁ ରୁଷ ଉପରେ ଲଗାଯାଇଥିବା ଆର୍ଥିକ ପ୍ରତିବନ୍ଧ ଗୁଡିକର ଜବାବ ଦେବାକୁ ଚେଷ୍ଟା କରିବାକୁ ନେଇ ରୁଷ ଏକ ବଡ ଧରଣର ପଦକ୍ଷେପ ନିଆଯାଇଛି । ରାଏଟର୍ସ ପକ୍ଷରୁ ଜାରିହୋଇଥିବା ରିପୋର୍ଟ ମୁତାବକ ରୁଷ ଭାରତୀୟ କମ୍ପାନୀ ଗୁଡିକୁ କରିଥିବା ସପ୍ଲାଇ ହେଉଥିବା ତେଲ ସଂଯୁକ୍ତ ଆରବ ଏମିରେଟସ ବା ୟୁଏଇ ମୁଦ୍ରା ଅନୁସାରେ କରିବାକୁ ଦାବି କରିଛି ।

କହିରଖିବା ଉଚିତ ହେବକି ପଶ୍ଚିମୀ ଦେଶ ଗୁଡିକ ରୁଷ ଉପରେ ପ୍ରତିବନ୍ଧ ଲଗାଇବା କାରଣରୁ ରୁଷ ଆମେରିକୀୟ ଡ଼ଲାରରେ କୌଣସି କାରବାର କରିବା ନାହିଁ ବୋଲି ନିଷ୍ପତ୍ତି ନେଇଛି । ଚଳିତ ବର୍ଷ ଫେବୃଆରୀ ମାସରେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ସମେତ ଅନେକ ପଶ୍ଚିମି ଦେଶ ରୁଷ ଉପରେ ଅନେକ ପ୍ରକାରର ପ୍ରତିବନ୍ଧ ଲଗାଇଛି । ଯେବେକି ୟୁକ୍ରେନ ଉପରେ ରୁଷର ବାରମ୍ବାର ଆକ୍ରମଣକୁ ସେନାବାହିନୀର କାର୍ଯ୍ୟକାରିତା ବୋଲି କୁହାଯାଇଛି ।

ରାଏଟର୍ସ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ମୁତାବକ, ଏକ ତେଲ କମ୍ପାନୀକୁ ଭାରତ ଦେଇଥିବା invoice ବିଲରୁ ଜଣାଯାଇଛି ଏହି କାରବାର ଡ଼ଲାରରେ କରାଯାଇଛି । କିନ୍ତୁ ରୁଷ ଏହି ଭାରତୀୟ କମ୍ପାନୀ ଠାରୁ ୟୁଏଇ ମୁଦ୍ରା ଅନୁସାରେ କରିବାକୁ ଆଗ୍ରହ ଦେଖାଇଛି । ରୁଷର ସବୁଠାରୁ ବଡ ତେଲ କମ୍ପନୀ ରୋଜନେଫଟ UAE ଆଧାରିତ ଟ୍ରେଡିଂଗ କମ୍ପାନୀ ଯେମିତିକି ଏବରେଷ୍ଟ ଏନାର୍ଜ୍ଜି ତଥା କୋରାଲ ଏନାର୍ଜ୍ଜି ମାଧ୍ୟମରେ ଭାରତକୁ କଞ୍ଚା ତେଲ ରପ୍ତାନି କାରକଃଇରଖିବା ଚିନ ପରେ ଭାରତ ହେଉଛି ସର୍ବବୃହତ ତେଲ ଅମଡାନିକାରୀ ଦେଶ । ରୁଷର ଏହି ପଦକ୍ଷେପକୁ ନେଇ ଲାଭ ଉଠାଉଥିବା କମ୍ପାନୀ ଗୁଡିକ ଭିତରେ ଭାରତ ବି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.