ଅବିକଳ ମଣିଷର ଯାଆଁଳା ରୋବଟ୍‌ ବନାଉଛି ଋଷ….ଫ୍ୟାକ୍ଟ୍ରିରେ ଚାଲିଛି ଏହି କାମ…

ଯାଆଁଳା ପିଲାଙ୍କ ଜନ୍ମ ହେଲେ ଆମେ ଭାବୁ ଯେ ସେମାନଙ୍କ ମଧ୍ୟରେ ସବୁକିଛି ସମାନ ପ୍ରକୃତି ଥିବ । ମାନେ ରୂପ, ଗୁଣ ପ୍ରାୟତଃ ସମାନ ଥିବ । କିନ୍ତୁ ଅଧିକାଂଶ ଟ୍ଵିନ୍ସ ଏକା ଭଳି ନଥାନ୍ତି । ସେମାନେ ଜନ୍ମ ତ ଅଳ୍ପ ବ୍ୟବଧାନରେ ହୁଅନ୍ତି କିନ୍ତୁ ସେମାନଙ୍କ ରୂପ, ସ୍ୱଭାବ ସବୁକିଛି ଅଲଗା ହୋଇଥାଏ । ଅବଶ୍ୟ ଯାଆଁଳା ପିଲା କ୍ୱଚିତ ଜନ୍ମ ହୁଅନ୍ତି । କିନ୍ତୁ ଋଷରେ ଯାଆଁଳା ପିଲା ଏବେ ଅଧିକ ଜନ୍ମ ହେଉଛନ୍ତି । ଅବଶ୍ୟ ମା ଗର୍ଭରୁ ନୁହେଁ ବରଂ ଫ୍ୟାକ୍ଟ୍ରିରେ । ଆଶ୍ଚର୍ଯ୍ୟ ହୋଇଗଲେ ନା ? କେବଳ ଫରକ ହେଉଛି ଏହି ଟ୍ଵିନ ମଣିଷ ନୁହେଁ ରୋବଟ୍‌ । ହଁ ଆଜ୍ଞା ଋଷରେ ଟ୍ଵିନ ରୋବଟ୍‌ ହେବାର ଟ୍ରେଣ୍ଡ ବହୁତ ଜୋରସୋରରେ ବଢିବାରେ ଲାଗିଛି । ଋଷିଆ କମ୍ପାନୀ ପ୍ରୋମୋବୋଟସ ଏହି କ୍ଷେତ୍ରରେ କାମ କରୁଛି । ବିଲକୁଲ ମଣିଷଙ୍କ ଭଳି ଅବିକଳ ଦେଖା ଯାଉଥିବା ରୋବଟ୍‌ ବନାଇବାରେ ଏହି କମ୍ପାନୀ ଏକ୍ସପର୍ଟ ହେବାରେ ଲାଗିଛି । ଏବେ ଏବେ କମ୍ପାନୀ ତାର ଲକ୍ଷ ଲକ୍ଷ ଫଲୋଅର୍ସଙ୍କୁ ଫ୍ୟାକ୍ଟ୍ରିରେ ଅର୍ଡର ଦିଆଯାଇଥିବା ଟ୍ଵିନ୍‌ ନିର୍ମାଣକୁ ନେଇ ଭିଡିଓ ଦେଖାଇଛି । ଯେଉଁ ଭିଡିଓକୁ ଦେଖିବା ପରେ ଲୋକେ ପୂରାପୂରି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ପ୍ରୋମୋବୋଟ୍ସ ଏମିତି ରୋବର୍ ବନାଏ ଯାହା ଆପଣଙ୍କ ପାଇଁ କାମରେ ଆସିବ । ସେ ଆପଣଙ୍କ ସବୁ ଅର୍ଡରକୁ ବି ମାନିବ । ଜାଣିବାରେ ତାହା ଏକ ରୋବଟ୍‌ କିନ୍ତୁ ଦେଖିବାକୁ ପୂରାପୂରି ଆପଣଙ୍କ ଭଳି । କମ୍ପାନୀ କହିବା ଅନୁସାରେ, ମଣିଷ ଭଳି ରୋବଟ ବନାଇବା ରୁଷ ଆଇନ୍‌ରେ ବେନିୟମ ନୁହେଁ । ଏଥିପାଇଁ ଅନୁମତି ରହିଛି । ତେଣୁ ମଣିଷ ଭଳି ରୋବଟ୍‌ ବନାଯାଇ ପାରିବ । ଅବଶ୍ୟ ଏହି ଫ୍ୟାକ୍ଟ୍ରି କେବଳ ଅର୍ଡର କରିଥିବା ଲୋକଙ୍କର ଯାଆଁଳା ଚେହେରା ତିଆରି ହୁଏ । ଅର୍ଥାତ ଆପଣ ଫ୍ୟାକ୍ଟ୍ରିକୁ ଯାଇ ଅନ୍ୟ କାହା ଭଳି ଦେଖା ଯାଉଥିବା ରୋବଟ୍‌ ବନାଇ ପାରିବେ ନାହିଁ ।

ଯଦିଓ ଫ୍ୟାକ୍ଟ୍ରି ଏହାକୁ ନେଇ ସବିଶେଷ ଜଣାଇ ଦେଇଛି ତେବେ ଖାରଖାନା କର୍ମଚାରୀଙ୍କ ଅନୁସାରେ ଯେକେହି କେବଳ ନିଜର ନୁହେଁ, ଅନ୍ୟ କାହାର ରୋବଟ୍‌ ମଧ୍ୟତିଆରି କରିପାରିବ । ତେବେ ଏଥଇରେ ବି କଡ଼ା ନିୟମ ରହିଛି । ଅର୍ଡର କରୁଥିବା ବ୍ୟକ୍ତି ପାଖରେ ସେହି ଚେହେରାର କପିରାଇଟ ଥିବା ଆବଶ୍ୟକ । ଏହି କପିରାଇଟ ଇମେଜ ଦ୍ୱାରା ହିଁ ସେହି ରୋବଟ୍‌ ବନା ଯାଇପାରିବ । ଅର୍ଥାତ କୌଣସି ସିସିଟିଭି ଫୁଟେଜ କିମ୍ବା ଅନ୍ୟ ଫଟୋ ଦେଖାଇ ଯାଆଁଳା ଚେହେରା ବନାଇ ହେବ ନାହିଁ ।

ଲୋକେ ଏହି ଯାଆଁଳା ରୋବଟ୍‌କୁ ନେଇ ଭାରି ଉତ୍ସୁକତା ଦେଖାଉଛନ୍ତି । କାରଣ ନିଜର ଯାଆଁଳା ବନାଇ ଘରେ ରଖିବେ । ପୁଣି ସେ ଆପଣଙ୍କ ସବୁ ନିର୍ଦ୍ଦେଶ ମାନି ଚାଲିବ । ଏହା ଅତ୍ୟନ୍ତ ମଜାଦାର ଘଟଣା ହେବ । ଏହାକୁ ନେଇ ସାରା ବିଶ୍ୱର ଲୋକେ ଏତେ ଉତ୍କଣ୍ଠାରେ ଅଛନ୍ତି ଯେ ଅଗଷ୍ଟ ୮ ତାରିଖରେ ଅପଲୋଡ ହୋଇଥିବା ଏହାର ଭିଡିଓକୁ କୋଟି କୋଟି ଲୋକେ ଦେଖିଲେଣି ।

ତେବେ ଦର୍ଶକବନ୍ଧୁ ଆପଣ ଭାବୁଥିବେ ନିଜର ଅବିକଳ ଚେହେରାର ରୋବଟ୍‌ ବନାଇ କଣ ଯେ ଲାଭ । କିନ୍ତୁ ହଁ ଯେଉଁମାନେ ବନାଉଛନ୍ତି ସେମାନେ ହିଁ ଜାଣିଥିବେ ତା ଦ୍ୱାରା ସେମାନଙ୍କୁ ମିଳୁଛି କଣ।

Leave A Reply

Your email address will not be published.