ଜେଲେନସ୍କିଙ୍କ ଦାବି…ଡୋନବାସ୍‌ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ରୁଷ!

ରୁଷ-ୟୁକ୍ରେନ ମଧ୍ୟରେ ଗତ ୩୬ ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ରୁଷ ଲଗାତାର ୟୁକ୍ରେନର ବିଭିନ୍ନ ସହର ଉପରେ ଆକ୍ରମଣ କରି ଧ୍ୱଂସର ତାଣ୍ଡବଲୀଳା ଚଳାଇଛି। କିଭ୍‌, ଖାରକିଭ୍‌, ଲଭୀଭ, ମାରିୟୁପୋଲ, ଓଡେସେ ସହ ଅନ୍ୟାନ୍ୟ ସହର ରୁଷ ଆକ୍ରମଣରେ ଛାରଖାର ହୋଇଯାଇଛି। ଏମିତି ସ୍ଥିତିରେ ସାରା ବିଶ୍ୱର ଦେଶ ରୁଷ୍‌କୁ କଡ଼ା ନିନ୍ଦା କରୁଛନ୍ତି। ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି ଦାବି କରିଛନ୍ତି କି, ରୁଷ ବର୍ତ୍ତମାନ ଡୋନବାସରେ ବଡ଼ ଧରଣର ଆକ୍ରମଣ କରିବାକୁ ଯାଉଛି।

ଜେଲେନସ୍କିଙ୍କ କହିବା ହେଲା, ରୁଷ ଏବେ ନିଜ ଧ୍ୟାନ ରାଜଧାନୀ କିଭ୍‌ରୁ ହଟାଇ ୟୁକ୍ରେନର ପୂର୍ବ ଭାଗରେ ଥିବା ଡୋନବାସ୍‌ ଉପରେ କେନ୍ଦ୍ରିତ କରୁଛି। ଖୁବ୍‌ ଜଲ୍‌ଦି ରୁଷ ଏହା ଉପରେ ଆକ୍ରମଣ କରିପାରେ। ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇ ସହାୟତା ଦେବାକୁ କହିଛନ୍ତି।

ହ୍ଵାଇଟ୍‌ ହାଉସ୍‌ କାର୍ଯ୍ୟାଳୟ ମୁତାବକ, ବାଇଡେନ ୟୁକ୍ରେନର ସହାୟତା ପାଇଁ ୫୦୦ ମିଲିୟନ ଡଲାରରୁ ଅଧିକ ଦେବାକୁ ଘୋଷଣା କରିଛନ୍ତି। କହି ରଖୁଛୁ, ମସ୍କୋର ମୁଖ୍ୟ ବୁଝାମଣାକାରୀ ତୁର୍କୀରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ସଫଳ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.