ରକ୍ତମୁଖା ରୁଷ କଲା ସବୁଠାରୁ ବଡ ମିସାଇଲ ଆକ୍ରମଣ : ୟୁକ୍ରେନରେ ୩୦ମୃତ , ୧୬୦ ଆହତ
ରୁଷ-ୟୁକ୍ରେନ ଲଢ଼େଇ ପୁଣି ଘମାଘୋଟ। ଜୋର ଧରିଛି ଆକ୍ରମଣ ପ୍ରତିଆକ୍ରମଣ। ରୁଷ୍ ୧୨୨ଟି କ୍ଷେପଣାସ୍ତ୍ର ମାଡ଼ କରିଥିବା ବେଳେ ୩୬ଟି ଡ୍ରୋନ୍ ଫାୟାର କରିଛି। ମିସାଇଲ ବର୍ଷାରେ ବଢ଼ୁଛି ୟୁକ୍ରେନରେ ମୃତ୍ୟୁ ସଂଖ୍ୟା। ୩୦ ହେଲାଣି। ଆହୁରି ବଢ଼ିପାରେ। ୧୬୦ ଜଣ ଆହତ ହୋଇଛନ୍ତି।
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଲଢ଼େଇ ପୁଣି ଘମାଘୋଟ। ଜୋର ଧରିଛି ଆକ୍ରମଣ ପ୍ରତିଆକ୍ରମଣ। ରୁଷ୍ ୧୨୨ଟି କ୍ଷେପଣାସ୍ତ୍ର ମାଡ଼ କରିଥିବା ବେଳେ ୩୬ଟି ଡ୍ରୋନ୍ ଫାୟାର କରିଛି। ମିସାଇଲ ବର୍ଷାରେ ବଢ଼ୁଛି ୟୁକ୍ରେନରେ ମୃତ୍ୟୁ ସଂଖ୍ୟା। ୩୦ ହେଲାଣି। ଆହୁରି ବଢ଼ିପାରେ। ୧୬୦ ଜଣ ଆହତ ହୋଇଛନ୍ତି। ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରୁଷ ଆକ୍ରମଣରେ ଅନେକ ବେସାମରିକ ଭିତ୍ତିଭୂମି ଧ୍ବଂସ ହୋଇଯାଇଛି। ଯୁଦ୍ଧ ଆରମ୍ଭରୁ ଏପର୍ଯ୍ୟନ୍ତ ୟୁକ୍ରେନ ଉପରେ ସବୁଠୁ ବଡ଼ ଆକ୍ରମଣ କରିଛି ରୁଷିଆ।
ଏକ ସମୟରେ ୟୁକ୍ରେନର ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମରେ ମିସାଇଲ ଆଟାକ୍ କରିଥିଲା। ୧୫୮ ମିସାଇଲ ଓ ଡ୍ରୋନ ଷ୍ଟ୍ରାଇକ କରିଥିଲା ରୁଷିଆ। ଲଢ଼ୁଆ ବିମାନରୁ ବୋମାବର୍ଷା କରିଥିଲା। ପୂର୍ବରୁ ରୁଷର ଏତେ ବଡ଼ ଆକ୍ରମଣ କେବେ ଦେଖି ନଥିଲା ୟୁକ୍ରେନ। ଏହି ସପ୍ତାହ ଆରମ୍ଭରେ କ୍ରିମିଆ ପୋର୍ଟରେ ରୁଷର ଏକ ଯୁଦ୍ଧପୋତକୁ ଉଡ଼ାଇ ଦେଇଥିଲା ୟୁକ୍ରେନ। ଏହାର ପ୍ରତିଶୋଧ ନେଇଛି ରୁଷ। ତେବେ ରୁଷର ଏଭଳି ନରସଂହାରକୁ ନିନ୍ଦା କରିଛି ଜାତିସଂଘ।