ୟୁକ୍ରେନର କଡ଼ା ପ୍ରତିରୋଧ ଭିତରେ ଆଉ ଏକ ସହର ଦଖଲ କଲା ରୁଷ ସେନା, କିଭ୍‌ କହିଲା ବାହାସ୍ଫୋଟ ମାରୁଛି ମସ୍କୋ

ୟୁକ୍ରେନର କଡ଼ା ପ୍ରତିରୋଧ ଭିତରେ ଆଉ ଏକ ସହର ଦଖଲ କରିନେଲା ରୁଷ ସେନା। ୟୁକ୍ରେନର ସଲ୍ଟ ମାଇନ ସହର ସୋଲଦାରକୁ ଦଖଲ କରିନେଇଥିବା ରୁଷ ସେନା ଦାବି କରିଛି। ଏଠାରେ ଅତି ଭୟଙ୍କର ଯୁଦ୍ଧ ଚାଲିଥିଲା।

ବର୍ଦୁନରେ ବିଶ୍ୱଯୁଦ୍ଧ ସମୟର ରକ୍ତାକ୍ତ ଲଢ଼େଇ ସହ ତୁଳନା କରାଯାଇଛି। ମାସେରୁ ଅଧିକ ସମୟ ଧରି ସୋଲଦାରରେ ଯୁଦ୍ଧ ଚାଲିଥିଲା। ଗତ ୩ ଦିନ ଭିତରେ ୟୁକ୍ରେନ ୭୦୦ ସୈନ୍ୟ ଏବଂ ୩୦୦ ରୁ ଅଧିକ ଯୁଦ୍ଧାସ୍ତ୍ର ହରାଇଥିବା କହିଛି ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ।

ଏହି ସହରକୁ ଦଖଲ କରିବା ରୁଷ ପାଇଁ ରଣନୀତି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ରୁଷ ସେନା ସୋଲଦାର ଦଖଲ କରିବା ଅର୍ଥ ୟୁକ୍ରେନ ସେନା ପାଇଁ ବାଖମୁତ ରାସ୍ତା ବିଛିନ୍ନ ହୋଇଯିବ । ଫଳରେ ୟୁକ୍ରେନ ସେନା ଓ ଯୁଦ୍ଧାସ୍ତ୍ର ପହଞ୍ଚି ପାରିବନି। ତେବେ ୟୁକ୍ରେନ କହିଛି, ରୁଷ ମିଛ ପ୍ରଚାର କରୁଛି।

ଏବେ ବି ସୋଲଦାରରେ ଯୁଦ୍ଧ ଚାଲିଛି। ସହର ଦଖଲ କରିଥିବା ବାହାସ୍ଫୋଟ ମାରୁଛି ରୁଷ। ମିଳିଥିବା ସୂଚନା ମୁତାବକ ସୋଲଦାର ସହରରେ ଏବେ ବି ୫୫୯ ଜଣ ସାଧାରଣ ନାଗରିକ ରହି ଯାଇଛଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ୧୯ ଜଣ ଶିଶୁ। ଏମାନେ ବାହାରକୁ ବାହାରି ପାରି ନାହାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.