ଦେଶ ବିଦେଶ

ମସ୍କୋ ଉପରେ ୟୁକ୍ରେନର ଡ୍ରୋନ ହମଲା, ହୁହୁ ହୋଇ ଜଳିଲା ନଭଶ୍ଚୁମ୍ବୀ ଅଟ୍ଟାଳିକା

ମସ୍କୋ ଉପରେ ୟୁକ୍ରେନର ଡ୍ରୋନ ହମଲା। ହୁହୁ ହୋଇ ଜଳିଲା ନଭଶ୍ଚୁମ୍ବୀ ଅଟ୍ଟାଳିକା। ରୁଷ ରାଜଧାନୀରେ ୫୦ ମହଲା ବିଲ୍ଡିଂକୁ ଡ୍ରୋନ ଟାର୍ଗେଟ୍‌। କ୍ଷତିଗ୍ରସ୍ତ ହୋଇଛି ବିଲ୍‌ଡିଂର ପଞ୍ଚମ ଓ ଷଷ୍ଠ ମହଲା। କ୍ରେମଲିନ କହିଛି ୩ଟି ଡ୍ରୋନ ଖସାଇ ଦିଆଯାଇଥିଲା। କିନ୍ତୁ ଟାର୍ଗେଟ୍‌କୁ ହିଟ୍‌ କରିଥିଲା ଗୋଟିଏ ଡ୍ରୋନ। ବିଲ୍ଡିଂଟି ଅଣ-ଆବାସିକ ହୋଇଥିବାରୁ କାହାରି ମୃତ୍ୟୁ ଘଟିନି। ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଡ୍ରୋନ ହମଲା ପରେ ରୁଷର ବନୁକୋଭୋ ବିମାନ ବନ୍ଦରକୁ ସାମୟିକ ବନ୍ଦ ରଖାଯାଇଥିଲା।

ଏଠାରୁ ବିମାନ ଉଡ଼ାଣ ଓ ଅବତରଣ ବାତିଲ କରାଯାଇଥିଲା। କିଛି ଦିନ ପୂ ପୂର୍ବରୁ ରୁଷ ସୀମାରେ ଆକ୍ରମଣ ପରେ ନିରବ ରହୁଥିଲା ୟୁକ୍ରେନ। ଏଥର ଆକ୍ରମଣ କରିଥିବା ଖୋଲାଖୋଲି ଘୋଷଣା କରିଛି। ୟୁକ୍ରେନ ଏୟାରଫୋର୍ସର ଜଣେ ମୁଖପାତ୍ର କହିଛନ୍ତି, ଆଗକୁ ଆକ୍ରମଣ ଆହୁରି ବ୍ୟାପକ ହେବ। ରୁଷ ବିରୋଧରେ ଏବେ ଡ୍ରୋନକୁ ବଡ଼ ଅସ୍ତ୍ର କରିଛି ୟୁକ୍ରେନ। କିଭ କହିଛି ଯେଉଁ ରୁଷୀୟମାନେ ଯୁଦ୍ଧକୁ ନେଇ ଚିନ୍ତିତ ନଥିଲେ ସେମାନେ ଏବେ ଜାଣନ୍ତୁ ଏହାର ପରିଣତି।

ସେପଟେ ପୁଟିନ କହିଛନ୍ତି, ୟୁକ୍ରେନ ସହ ଶାନ୍ତି ଆଲୋଚନାକୁ କେତେବେଳେ ବି ପ୍ରତ୍ୟାଖ୍ୟାନ କରି ନାହାନ୍ତି। ଶାନ୍ତି କଥାବାର୍ତ୍ତା ପାଇଁ ରୁଷ ରାଜି। କିନ୍ତୁ କିନ୍ତୁ ଶାନ୍ତି ଆଲୋଚନା ପାଇଁ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ଜରୁରୀ। ୟୁକ୍ରେନର ପାଲଟା ଆକ୍ରମଣ ତେଜୁଥିବା ବେଳେ ପୁଟିନଙ୍କ ଏହି ବୟାନ ବେଶ ଗୁରୁତ୍ୱ ରଖୁଛି। ତେବେ ୟୁକ୍ରେନ ଏବେ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଥିବାରୁ ଅସ୍ତ୍ରବିରତି ସମ୍ଭବ ନୁହେଁ।

ଆମ ଉପରେ ଆକ୍ରମଣ ହେଉଥିବାରୁ ଆମେ ଏବେ ଅସ୍ତ୍ର ବିରତି କରିପାରିବୁ ନାହିଁ ବୋଲି ପିଟର୍ସବର୍ଗରେ ଆଫ୍ରିକୀୟ ନେତାଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ପୁଟିନ। ସେହିପରି ୟୁକ୍ରେନ୍‌ ସେନା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଏବେ ମସ୍କୋର କୌଣସି ଯୋଜନା ନାହିଁ ବୋଲି ପୁଟିନ କହିଛନ୍ତି । ଅନ୍ୟପଟେ ରୁଷର ନେଭି ଡେ’ରେ ଶତ୍ରୁକୁ ନୌସେନା ଶକ୍ତି ଦେଖାଇଛି କ୍ରେମଲିନ। ତିନି ସେନାକୁ ସାବାସୀ ଦେଇଛନ୍ତି ରୁଷ ରାଷ୍ଟ୍ରପତି।

Niharanjan

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

7 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

18 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

31 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

34 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

54 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago