ଭାରତକୁ S-400 ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଯୋଗାଣ ଆରମ୍ଭ କଲା ରୁଷ, ୪୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାରେ ହେବ ସକ୍ଷମ

ରୁଷ, ଭାରତକୁ S-400 ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ୍‌ ଯୋଗାଣ ଆରମ୍ଭ କରି ଦେଇଛି। ରିପୋର୍ଟ ମୁତାବକ, S-400 ଏୟାର ଡିଫେନ୍ସ ମିସାଇଲ ସିଷ୍ଟମର ପ୍ରଥମ ସ୍କ୍ଵାଡ୍ରନ ପଶ୍ଚିମ ଫ୍ରଣ୍ଟରେ ନିୟୋଜିତ ହେବ। ପାଖାପାଖି ଏହି ମିସାଇଲ ସିଷ୍ଟମ ଦ୍ୱାରା ଭାରତର ସୈନ୍ୟ କ୍ଷମତାକୁ ବଡ଼ ଶକ୍ତ ମିଳି ପାରିବ। ଏୟାର ଡିଫେନ୍ସ ମିସାଇଲ ସିଷ୍ଟମକୁ ବାୟୁ ଏବଂ ଜଳ ମାର୍ଗରେ ଅଣାଯାଉଛି। ଚଳିତ ବର୍ଷ ସୁଦ୍ଧା ଏହାର ଆମଦାନୀ ପୂରଣ ହୋଇଯିବ। କହି ରଖୁଛୁ, ଭାରତ ଅକ୍ଟୋବର ୨୦୧୮ରେ S-400 ବାୟୁ ରକ୍ଷା ପ୍ରଣାଳୀକୁ କିଣିବା ପାଇଁ ରୁଷ ସହିତ ପାଖାପାଖି ୩୫,୦୦୦ କୋଟି ଟଙ୍କାର ଚୁକ୍ତି କରିଥିଲା। ରୁଷ ଏହି ଚୁକ୍ତି ଅନୁଯାୟୀ, ବାୟୁ ବିପଦର ମୁକାବିଲା ପାଇଁ ଭାରତକୁ ୫ ସ୍କ୍ଵାଡ୍ରନ (ସେନା ଦଳ) ଯୋଗାଣ କରିବ। S-400 ଏୟାର ଡିଫେନ୍ସ ସିଷ୍ଟମ୍‌ ପୂର୍ବରୁ ହିଁ ଆମ ପ୍ରତିଦ୍ୱନ୍ଦ୍ୱୀ ଚୀନ ଓ ତୁର୍କୀ ପାଖରେ ଅଛି।

ଭାରତୀୟ ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି ଯେ S-400 ଏୟାର ଡିଫେନ୍ସ ମିସାଇଲ ସିଷ୍ଟମର କିଛି ଭାଗ ଭାରତରେ ପହଞ୍ଚିବା ଆରମ୍ଭ କରି ଦେଇଛି। ପ୍ରଥମେ ଏହାକୁ ପାକିସ୍ତାନ ସଂଲଗ୍ନ ପଶ୍ଚିମ ସୀମା ନିକଟରେ ମୁତୟନ କରାଯିବ, ଯାହାଫଳରେ ଏହା ପଶ୍ଚିମ ଏବଂ ଉତ୍ତର ସୀମାଠାରୁ ପାକିସ୍ତାନ ଓ ଚୀନର ବିପଦକୁ ଟାଳି ପାରିବ। ଏହି ସିଷ୍ଟମ ୪୦୦ କିଲୋମିଟର ପର୍ଯ୍ୟନ୍ତ ବିପଦରୁ ଭାରତକୁ ସୁରକ୍ଷା ପ୍ରଦାନ କରିବ।

S-400 ଏୟାର ଡିଫେନ୍ସ ମିସାଇଲର କିଛି ଖାସ୍‌ କଥା

-ଏହି ମିସାଇଲ ସିଷ୍ଟମରେ ୪ ଅଲଗା ଅଲଗା କ୍ଷେପଣାସ୍ତ୍ର ସଂଲଗ୍ନ ରହିଛି।

-S-400 ଏୟାର ଡିଫେନ୍ସ ମିସାଇଲ ଏକ ସାଙ୍ଗରେ ୩୬ଟି ଟାର୍ଗେଟକୁ ଛୁଇଁ ପାରିବ।

-ଏହି ଡିଫେନ୍ସ ମିସାଇଲ ଶତ୍ରୁମାନଙ୍କର ଯୁଦ୍ଧ ଜାହାଜ, ଡ୍ରୋନ, ବିମାନ ଏବଂ ବ୍ୟାଲିଷ୍ଟିକ୍‌ କ୍ଷେପଣାସ୍ତ୍ରକୁ ୪୦୦ କିମି ଦୂରତାରେ ମଧ୍ୟ ମାରି ପାରିବ।

-Stockholm International Peace Research Institute (SIPRI) ମୁତାବକ, ଏହି ମିସାଇଲ ଦୁନିଆରେ ଥିବା ସମସ୍ତ ଉନ୍ନତ ଏୟାର ଡିଫେନ୍ସ ସିଷ୍ଟମ୍‌ ମଧ୍ୟରୁ ଅନ୍ୟତମ।

-S-400ର ଆଡ୍‌ଭାନ୍ସ ରାଡାର ୪୦୦ କିମି ଦୂରତା ପର୍ଯ୍ୟନ୍ତ ନିଜର ଟାର୍ଗେଟକୁ ଦେଖିବା ଏବଂ ଟ୍ରାକ କରି ଏହାକୁ ଧ୍ୱଂସ କରିବାରେ ସକ୍ଷମ ହେବ।

ଏସ୍‌-୫୦୦ ଏୟାର ଡିଫେନ୍ସ ମିସାଇଲ ଉପରେ ମଧ୍ୟ ନଜର

ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱାସ କରାଯାଉଛି କି, ରୁଷ ଦ୍ୱାରା ନିକଟରେ S-400 ଏୟାର ଡିଫେନ୍ସ ମିସାଇଲ ସିଷ୍ଟମର ଆଡ୍‌ଭାନ୍ସ ଏସ୍‌-୫୦୦ର ପରୀକ୍ଷଣ ପରେ ଭାରତର ନଜର ପଡ଼ିଛି। ଭାରତ ନିଜର ଆଗାମୀ ରଣନୀତିରେ ଏସ୍‌-୫୦୦ ଏୟାର ଡିଫେନ୍ସ ମିସାଇଲକୁ ମଧ୍ୟ ହାସଲ କରିବା ପାଇଁ ସାମିଲ କରି ପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.