ଦେଶ ବିଦେଶ

ୟୁକ୍ରେନ ଉପରେ ପୁଣି ଋଷିଆର ଜୋରଦାର ମିସାଇଲ ଆକ୍ରମଣ, ୧୮ ଆହତ

ୟୁକ୍ରେନ ଉପରେ ପୁଣି ଜୋରଦାର ମିସାଇଲ ଆକ୍ରମଣ କରିଛି ଋଷିଆ। କିଭ୍ ଓ ୟୁକ୍ରେନର କିଛି ସ୍ଥାନରେ ଥିବା ବିଦ୍ୟୁତ କେନ୍ଦ୍ର ଉପରେ ମିସାଇଲ ଆକ୍ରମଣ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ୟୁକ୍ରେନର ପୂର୍ବ, ପଶ୍ଚିମ ଓ କେନ୍ଦ୍ରାଞ୍ଚଳର କିଛି ସ୍ଥାନରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ମିସାଇଲ ଆକ୍ରମଣରେ ୧୮ ଜଣ ଆହତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସେହିପରି ଗତକାଲି ରାତିରେ ୟୁକ୍ରେନର ବିଭିନ୍ନ ସହର ଉପରେ ଜୋରଦାର ହମଲା କରିଥିଲା ଋଷ। ଏଥିରେ ଖେରସେନରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଯୁଦ୍ଧର ଏହି ଭୟାବହ ପରିସ୍ଥିତି ମଧ୍ୟରେ ପୋଲାଣ୍ଡ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିଛି।

ଏବଂ ଭବିଷ୍ୟତରେ ଆଉ ଯୋଗାଇବ କି ନାହିଁ ସେନେଇ ବି କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖିନି। ସେପଟେ ୟୁକ୍ରେନ ମଧ୍ୟ କ୍ରିମିଆ ଉପରେ ଜୋରଦାର ହମଲା କରିଛି। ଯେଉଁଥିରେ ୟୁକ୍ରେନର ବଡ଼ କ୍ଷତି ହୋଇଛି। ୟୁକ୍ରେନର ୧୯ଟି ଡ୍ରୋନକୁ ଋଷ ନଷ୍ଟ କରିଥିବା ଋଷ ପକ୍ଷରୁ କୁହାଯାଇଛି।

Niharanjan

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

19 seconds ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

13 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

16 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

36 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago