ଯୁଦ୍ଧକୁ ଆହୁରି ବ୍ୟାପକ କରିବ ରୁଷ୍, ୟୁକ୍ରେନ ସୀମାରେ ରିଭର୍ସ ଫୋର୍ସ

ନୂଆଦିଲ୍ଲୀ : ୟୁକ୍ରେନ ବିରୋଧରେ ବଡ଼ ଅଭିଯାନ ଆରମ୍ଭ କରିଛି ରୁଷ୍ । ୟୁକ୍ରେନ୍ ସୀମାକୁ ମାଡ଼ି ଆସୁଛି ବିଶାଳ ସେନା ବାହିନୀ। ରିଜର୍ଭ ସୈନ୍ୟଙ୍କୁ ଠୁଳ କରୁଛି ମସ୍କୋ। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓ୍ଵାର ଷ୍ଟଡି ମୁତାବକ ଡୋନ୍ବାସ ବାହାରେ ରୁଷ୍ର ଆଖି । ଡୋନବାସ୍ ବ୍ୟତୀତ ଖାରକିଭ୍କୁ ଟାର୍ଗେଟ୍ କରିଛି କ୍ରେମଲିନ୍। ଲୁହାନ୍ସ୍କ ପରେ ଡୋନେସ୍କ ଉପରେ ଉପରେ ଆକ୍ରମଣ ତୀବ୍ର ହେଉଛି। ରୁଷ୍ ସେନାର ମିସାଇଲ ମାଡ଼ରେ ଧ୍ୱଂସ ହୋଇ ଯାଇଛି ଏକ ୫ ମହଲା ବିଲ୍ଡିଂ। ୧୫ ମୃତ ଦେହ ଉଦ୍ଧାର ହେଲାଣି । ଧ୍ୱଂସାବଶେଷ ତଳେ ୩୦ ରୁ ଅଧିକ ଫସି ରହିଥିବା ଆଶଙ୍କା କରାଯାଉଛି ।

ଆହୁରି ୩୦ରୁ ଅଧିକ ଲୋକ ବିଲ୍ଡିଂର ଧ୍ୱଂଶାବଶେଷ ତଳେ ଚାପି ହୋଇ ରହିଥିବା ଆଶଂକା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ବିଲ୍ଡିଂ ଉପରେ ଖସିଥିଲା ରୁଷ୍ ସେନାର ମିସାଇଲ। ଲୁହାନ୍ସ୍କ ଅକ୍ତିଆର ପରେ ଡୋନେସ୍କରେ ଆକ୍ରମଣକୁ ତୀବ୍ର କରିଛି ରୁଷ୍ ସେନା। ୟୁକ୍ରେନ୍ ଠାରୁ ପୂରା ଡୋନ୍ବାସ୍କୁ ଛଡ଼ାଇ ନେବାକୁ ରୁଷ୍ ସେନା ଯୋଜନାବଦ୍ଧ ଭାବେ ଆଗକୁ ବଢ଼ୁଛି। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓ୍ଵାର ଷ୍ଟଡି ଅନୁସାରେ ଡୋନବାସ୍ ବାଦ୍ ଆହୁରି ଅନେକ ଅଞ୍ଚଳ ଉପରେ ମସ୍କୋର ଆଖି । ଖାରକିଭ୍ ମଧ୍ୟ ମସ୍କୋ ଟାର୍ଗେଟ୍ରେ ।

ଏଥିପାଇଁ ଆହୁରି ସୈନ୍ୟ ସାମନ୍ତ ଠୁଳ କରୁଛି ରୁଷ। ବ୍ରିଟେନ୍ ମିଲିଟାରୀ ଇଣ୍ଟେଲିଜେନ୍ସ ମୁତାବକ ୟୁକ୍ରେନ ପାଖରେ ରିଜର୍ଭ ଫୋସ୍ ଠୁଳ କରୁଛି ରୁଷିଆ । ଆଗକୁ ୟୁକ୍ରେନ ଉପରେ ବଡ଼ ହମ୍ଲା ଆଶଂକା ରହିଛି । ନୂଆ ସେନାରେ ବହୁ ସଂଖ୍ୟାରେ ଏମ୍ଟି-ଏଲବି ଆରମୋର୍ଡ ଭେହିକିଲ୍ ସାମିଲ ହୋଇଛି । ମେସିନଗନ୍ ଓ ଆର୍ଟିଲାରୀ ପରିବହନ ପାଇଁ ୧୯୫୦ ମସିହାରେ ଏହାର ଡିଜାଇନ୍ କରିଥିଲା ରୁଷ୍ ।

ଅନ୍ୟପଟେ ଦକ୍ଷିଣରେ ପ୍ରତିଆକ୍ରମଣକୁ ଜୋରଦାର କରିଛି ୟୁକ୍ରେନ୍ । ୨୪ ଘଣ୍ଟା ଭିତରେ ୫୮ ରୁଷ୍ ସୈନ୍ୟ ନିହତ ହୋଇଛନ୍ତି। ରୁଷ୍ର ୪ଟି ଅସ୍ତ୍ରାଗାରକୁ ଧ୍ୱଂସ କରି ଦେଇଛି ୟୁକ୍ରେନ୍ ସେନା। ୧୫ଟି ସାମରିକ ଯାନ ଓ ୨ଟି ହୋଇଜରକୁ ମଧ୍ୟ ଧ୍ୱଂସ କରିଦେଇଛି। ଲୁହାନ୍ସ୍କ ଓବ୍ଲାଷ୍ଟରେ ରୁଷ୍ର ଅସ୍ତ୍ରାଗାରକୁ ବିଦେଶୀ ଅସ୍ତ୍ରରେ ନିୟମିତ ଟାର୍ଗେଟ୍ କରୁଛି ୟୁକ୍ରେନ୍ । ଅନେକ ଅସ୍ତ୍ରାଗାର ଧ୍ୱଂସ କରି ଦେଲାଣି । ଲୁହାନ୍ସ୍କରେ ରହି ରହି ଶୁଭୁଛି ବିସ୍ଫୋରଣର ଶବ୍ଦ। ଲୁହାନ୍ସ୍କର ଆଲ୍ଚେଭସ୍କ ଅଞ୍ଚଳରେ ଗତକାଲି ରାତି ତମାମ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି।

ଏକ ଅସ୍ତ୍ରାଗାର ଉପରେ ୟୁକ୍ରେନ୍ ସେନା ହମ୍ଲା କରିଥିବା ସୂଚନା ମିଳିଛି। ରୁଷିଆର ଏକ ସେନା ପଟୁଆରକୁ ଉଡ଼ାଇ ଦେଇଛି ୟୁକ୍ରେନ୍ । ରୁଷ୍ ସେନା ଉପରେ ଅତର୍କିତ ହମ୍ଲାର ଏହି ଭିଡିଓ ଜାରି କରିଛି ୟୁକ୍ରେନ୍ ସେନା। ଡ୍ରୋନ୍ ସାହାଯ୍ୟରେ ବି ହମ୍ଲା ଜାରି ରହିଛି। ୟୁକ୍ରେନ୍ ସେନାର ମୋର୍ଟାର ପରିବହନ କରୁଛି ଡ୍ରୋନ୍ । ଅନ୍ୟପଟେ ସ୍ନେକ୍ ଆଇଲ୍ୟାଣ୍ଡ ରୁଷ୍ ସେନା କବଳରୁ ମୁକ୍ତ ହେବା ପରେ ଦାନୁବ୍ ବ୍ଲାକ୍ ସି ଚ୍ୟାନେଲ ଦେଇ ୟୁକ୍ରେନର ଶଶ୍ୟ ପରିବହନ ଆରମ୍ଭ ହୋଇଛି। ଗତ ୩୦ ତାରିଖରେ ସ୍ନେକ୍ ଆଇଲାଣ୍ଡକୁ ମୁକ୍ତ କରିଥିଲା ୟୁକ୍ରେନ ସେନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.