ୟୁକ୍ରେନ୍‌ ସେନାରେ ସାମିଲ ହେଲେ ଅଲମ୍ପିକ୍‌ ସୁଟର କ୍ରିଷ୍ଟିନା ଦିମିତ୍ରେଙ୍କୋ, ହାତରେ AK-203 ଧରି ରୁଷ୍‌ ସେନାକୁ ଦେଲେ ଚେତାବନୀ

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଯୁଦ୍ଧ ଥମିବାର ନାଁ ଧରୁନି। ଏହି ଯୁଦ୍ଧରେ ଇତି ମଧ୍ୟରେ ଦୁଇ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଏଥିରେ ଅଧିକାଂଶ ସୈନ୍ୟ ବାହିନୀର ଯବାନ୍‌ ଅଛନ୍ତି। ଯୁଦ୍ଧରେ ନିଜ ଦେଶର ଲୋକଙ୍କୁ ସାମିଲ ହେବାକୁ ୟୁକ୍ରେନ୍‌ ପକ୍ଷରୁ ଆହ୍ଵାନ କରାଯାଇଛି। ୟୁକ୍ରେନ୍‌ବାସୀ ମଧ୍ୟ ଦେଶ ମାତୃକାର ରକ୍ଷା ପାଇଁ ସେନା ବାହିନୀରେ ସାମିଲ ହେବାକୁ ଆଗଭର ହୋଇଛନ୍ତି। ଏହି ଅଭିଯାନରେ ଖେଳାଳି, ଅଧିକାରୀ, ଅଭିନେତା ଓ ମଡେଲ ବି ଅଂଶଗ୍ରହଣ କରୁଛନ୍ତି। ଏହି ଧାରାରେ ଅଲମ୍ପିକ ଷ୍ଟାର ସୁଟର କ୍ରିଷ୍ଟିନା ଦିମିତ୍ରେଙ୍କୋ ବି ସାମିଲ ହୋଇଛନ୍ତି।


ୟୁକ୍ରେନ ସେନାରେ ସାମିଲ ହେବା ପରେ ରୁଷ ସୈନ୍ୟଙ୍କୁ ଧମକ ଦେଇଛନ୍ତି ଅଲିମ୍ପିକ ଷ୍ଟାର ସୁଟର କ୍ରିଷ୍ଟିନା ଦିମିତ୍ରେଙ୍କୋ। ସେନାରେ ସାମିଲ ହେବା ପରେ ରୁଷ ସୈନ୍ୟଙ୍କୁ ଧମକ ଦେଇଛନ୍ତି କ୍ରିଷ୍ଟିନା କହିଛନ୍ତି, ସେମାନଙ୍କୁ ବଞ୍ଚିବାକୁ କୌଣସି ସୁଯୋଗ ମିଳିବନି। ମୋ ହାତରେ ରାଇଫଲ ଥାଉ କି ମେସିନ ଗନ, ମୁଁ ଖେଳରେ ଥାଏ କି ଯୁଦ୍ଧ କ୍ଷେତ୍ରରେ, ଶେଷ ଯାଏ ଲଢିବି। ମୋ ଟାର୍ଗେଟ ଫେଲ୍‌ ମାରେନି। ତେଣୁ ଶତ୍ରୁଙ୍କୁ କୌଣସି ସୁଯୋଗ ମିଳିବନି। ଆମର ନିଶ୍ଚିତ ରୂପେ ବିଜୟ ହେବ।

ସୂଚନାଯୋଗ୍ୟ ଯେ ୨୨ ବର୍ଷୀୟ କ୍ରିଷ୍ଟିନା ୨୦୧୬ ୟୁଥ୍‌ ଅଲମ୍ପିକରେ ଗୋଲ୍ଡ ମେଡାଲ ଜିତିଥିଲେ। ଫେବ୍ରୁରୀରେ ଏକ ଆନ୍ତର୍ଜାତିକ ମ୍ୟାଚ ପାଇଁ ଶେଷ ପ୍ରସ୍ତୁତି କରୁଥିଲେ କ୍ରିଷ୍ଟିନା। ମାତ୍ର ରୁଷ ୟୁକ୍ରେନ ଆକ୍ରମଣ କରିବା ପରେ ବଦଳିଯାଇଥିଲା ପରିସ୍ଥିତି। ଏବେ କ୍ରୀଡ଼ା ଛାଡ଼ି ସେନାରେ ସାମିଲ ହୋଇ ଦେଶ ସେବା କରିବାକୁ ଚାହାନ୍ତି କ୍ରିଷ୍ଟିନା। ସେ ଶତ୍ରୁଙ୍କୁ ଡରନ୍ତିନି। ବରଂ ସାହସର ସହ ଶତ୍ରୁ ପକ୍ଷର ସାମ୍ନା କରିବେ ବୋଲି କହିଛନ୍ତି। ଅନ୍ୟପଟେ ଏବେ ରୁଷକୁ କଡା ଜବାବ ଦେଉଛି ୟୁକ୍ରେନ ସେନା। ୟୁକ୍ରେନର ଦ୍ୱିତୀୟ ସହର ଖାରକିଭ୍‌କୁ ପୁନଃ ଅକ୍ତିଆର କରିଛି ସେନା।

Also Read: ମୁଣ୍ଡରେ ଗଜରା ଲଗାଇ ଗାଉଁଳି ଲୁକ୍‌ରେ ନଜର ଆସିଲେ ଶେହନାଜ୍‌ ଗିଲ୍‌, ସାମ୍ନାକୁ ଆସିଲା ‘କଭି ଇଦ୍‌ କଭି ଦିଓ୍ଵାଲୀ’ର ଫାଷ୍ଟ ଲୁକ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.