UNSCରେ ଭିଟୋ ପ୍ରୟୋଗ କଲା ଋଷ: ଜାତିସଂଘ ସୁରକ୍ଷା ପରିଷଦରେ ଆସିଲା ୟୁକ୍ରେନ ସଙ୍କଳ୍ପ, ଭୋଟ ଦାନରୁ ବିରତ ରହିଲା ଭାରତ

କେନ୍ଯୁଜ୍: UNSCରେ ଭିଟୋ ପ୍ରୟୋଗ କଲା ଋଷ । ଜାତିସଂଘ ସୁରକ୍ଷା ପରିଷଦରେ ଆସିଲା ୟୁକ୍ରେନ ସଙ୍କଳ୍ପ । ୟୁକ୍ରେନ ଆକ୍ରମଣକୁ ନିନ୍ଦା କରି ଆସିଲା ସଙ୍କଳ୍ପ । ୧୧ ରାଷ୍ଟ୍ର ସଙ୍କଳ୍ପ ସପକ୍ଷରେ ଭୋଟ ଦେଲେ । ଆମେରିକା, ଫ୍ରାନ୍ସ, ବ୍ରିଟେନ ସହ ୧୧ ରାଷ୍ଟ୍ର ।
ଋଷ ନିଜର ଭିଟୋ କ୍ଷମତା ପ୍ରୟୋଗ କଲା । ଭାରତ ଭୋଟ ଦାନରୁ ବିରତ ରହିଲା । ଭାରତ ଖବଶୀଘ୍ର ହିଂସା ବନ୍ଦ ଆହ୍ଵାନ ଦେଲା । ଲୋକଙ୍କ ମୃତ୍ୟୁରେ କୌଣସି ସମସ୍ୟାର ସମାଧାନ ହୁଏନାହିଁ ବୋଲି ଭାରତ କରିଛି । କଥାବାର୍ତ୍ତା ମାଧ୍ୟମରେ ସମାଧାନ ଉପରେ ଭାରତ ଗୁରୁତ୍ୱ ଦେଇଛି ।
ଏପଟେ ୟୁକ୍ରେନ ରାଜଧାନୀ କିଭ୍ରେ ଋଷ ଆକାଶରୁ ହମଲା । ଭୟଙ୍କର ହୋଇଛି କିଭ୍ ଲଢ଼େଇ । କିଭ୍ ଦଖଲ ପାଇଁ ଋଷ ସେନାର ଏୟାରଷ୍ଟ୍ରାଇକ୍ । ଦେଶବାସୀଙ୍କୁ ସମ୍ବୋଧନ କଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । କହିଲେ, ଆମେ କିଭକୁ ହରାଇପାରିବା ନାହିଁ । ସେପଟେ କିଭରେ ପୁଣି ଶୁଭିଲା ପ୍ରଚଣ୍ଡ ବିସ୍ଫୋରଣ । ପୁଟିନଙ୍କ ଉପରେ ପ୍ରତିବନ୍ଧକ ଲଗାଇଲେ ଆମେରିକା, ବ୍ରଟେନ, କାନାଡା । ଋଷ ବୈଦେଶିକ ମନ୍ତ୍ରୀ ଲାଭାରୋଭଙ୍କ ଉପରେ ବି ଲାଗିଲା ପ୍ରତିବନ୍ଧକ ।