ଆମେରିକା ପରେ ଏବେ ପୁଣି ରୁଷ ଦେଲା ଚୀନ୍‌କୁ ଝଟ୍‌କା, ବାତିଲ୍‌ କଲା ଚୀନ୍‌ ସହ ମିସାଇଲ୍‌ ଡିଲ୍‌

ନୂଆଦିଲ୍ଲୀ : କରୋନା ସଂକ୍ରମଣ ପରେ ଚୀନ୍‌ର ପ୍ରତିଛବି ସାରା ବିଶ୍ୱରେ ନିନ୍ଦିତ । ଏବେ ଚୀନ୍‌ ଠାରୁ ଅଧିକାଂଶ ବିକଶିତ ଦେଶ ମୁହଁ ମୋଡ଼ି ନେଇଛନ୍ତି । କରୋନା କାରଣରୁ ଆମେରିକା ସମ୍ପର୍କ ମଧ୍ୟ ଚୀନ୍‌ ସହ ଭଲ ନାହିଁ । ନିକଟରେ ଆମରିକା ତା’ର ଦେଶରେ ଚୀନ୍‌ର ବାଣିଜ୍ୟିକ୍‌ ଦୂତବାସ ବନ୍ଦ କରି ଦେଇଛି । ପୁଣି ଚୀନ୍‌ର ଆପ୍‌ ମଧ୍ୟ ଦେଶରେ ବନ୍ଦ କରିବାକୁ ଘୋଷଣା କରିଛି । ଯାହାକି ଚୀନ୍‌ର ଆର୍ଥିକ ବ୍ୟବସ୍ଥା ଉପରେ ବଡ଼ ପ୍ରଭାବ ପକାଇବ ।

misile

ଏହି ସମୟରେ ରୁଷ୍‌ ମଧ୍ୟ ବଡ଼ ଝଟ୍‌କା ଦେଇଛି ଚୀନ୍‌କୁ । ଚୀନ୍‌ ସହ କରିଥିବା ମିସାଇଲ୍‌ ଡିଲ୍‌କୁ ବାତିଲ୍‌ କରି ଚୀନ୍‌ର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି । ଚୀନ୍‌ ଯଦିଓ ଏହା ଉପରେ ପ୍ରତିକ୍ରିୟା ଦେଇ ରୁଷ୍‌କୁ ଦୋଷ ଦେଇନି । କରୋନା କାଳରେ ଏହା ରୁଷ୍‌ର ଅସୁବିଧା ବୋଲି ଦର୍ଶାଇଛି । ହେଲେ ବାସ୍ତବରେ ଏହା ଭାରତ ପାଇଁ ଏକ ବଡ଼ କୁଟ ନୈତିକ ବିଜୟ ।

କାରଣ ଯେତେବେଳେ ସୀମା ବିବାଦ ନେଇ ଚୀନ୍‌ ଓ ଭାରତ ଯୁଦ୍ଧଂ ଦେହି ସ୍ଥିତିରେ ଅଛନ୍ତି, ସେତେବେଳେ ରୁଷ୍‌ର ମିସାଇଲ୍‌ ଡିଲ୍‌ ବାତିଲ୍‌ ଚୀନ୍‌ ପାଇଁ ଏକ ବଡ଼ ଝଟ୍‌କା । ଗୋଟିଏ ପକ୍ଷରେ ଭାରତ ଆମେରିକା ଓ ଜାପାନ୍‌ରୁ ଯୁଦ୍ଧ ବିମାନ ଓ ଅସ୍ତ୍ରଶସ୍ତ୍ର ଆଣୁଥିବା ବେଳେ ଚୀନ୍‌ ସହ ରୁଷ୍‌ର ମିସାଇଲ୍‌ ଡିଲ୍‌ ବାତିଲ୍‌ ନିଶ୍ଚିତ ରୂପେ ଏକ ବଡ଼ କୁଟନୈତିକ ପରାଜୟ ।

china-99

ରୁଷ୍‌ ସହ ଚୀନ୍‌ କରିଥିବା ଏସ୍‌-୪୦୦ ମିସାଇଲ୍‌ ଯୁଦ୍ଧ ବେଳେ ବଡ଼ ଭୂମିକା ଗ୍ରହଣ କରିଥାଏ । ଏହା ୪୦୦ କିଲୋମିଟର ପରିଧିରେ ଆସୁଥିବା ଶତ୍ରୁ ପକ୍ଷର ଯେ କୈାଣସି ବିମାନ ଓ ଅସ୍ତ୍ରଶସ୍ତ୍ରକୁ ସହଜରେ ବିନାଶ କରିଦେଇଥାଏ । ରୁଷ୍‌ ଚୀନ ସହ ଏହି ଡିଲ୍‌ ବାତିଲ୍‌ କରିବା ଦ୍ୱାରା ଏହା ଭାରତ ପାଇଁ ଏକ ବଡ଼ ଶୁଭ ସୂଚନା  । ପ୍ରକାଶଯୋଗ୍ୟ ଯେ ଭାରତ ସହ ସୀମା ବିବାଦ ନେଇ ଚୀନ୍‌ର ସମ୍ପର୍କ ଭଲ ନାହିଁ । ଯେଉଁଥିପାଇଁ ଭାରତ ନିକଟରେ ଚୀନ୍‌ ସହ ତା’ର ସମସ୍ତ ଡିଲ୍‌ ବାତିଲ କରିବା ସହ ଚୀନ୍‌ର ୫୯ଟି ଆପ୍‌କୁ ମଧ୍ୟ ବ୍ୟାନ୍‌ କରିଛି । ଚୀନ୍‌ ଏବେ ଏକରକମ ଏକଘରିଆ ହୋଇଯାଇଛି ।

Leave A Reply

Your email address will not be published.