ୟୁକ୍ରେନର ସ୍ୱାଧୀନତା ଦିବସ ପୂର୍ବରୁ ହୋଇପାରେ ଭୟଙ୍କର ରୁଷୀୟ ଆକ୍ରମଣ! ଜେଲେନସ୍କି କହିଲେ, ‘ପ୍ରସ୍ତୁତ ରୁହ…’

ଆଗକୁ ଆସୁଛି ୟୁକ୍ରେନର ସ୍ୱାଧୀନତା ଦିବସ। ସୋଭିଏତ ଶାସନରୁ ଦେଶ ସ୍ୱାଧୀନତା ପାଇବାର ୩୧ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି। ଏହି ସମୟରେ ଭୟଙ୍କର ରୁଷୀୟ ଆକ୍ରମଣକୁ ନଜରରେ ରଖି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଦେଶବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ବୁଧବାର ହେବାକୁ ଥିବା ଉତ୍ସବ ପୂର୍ବରୁ ୟୁକ୍ରେନବାସୀଙ୍କୁ ସଜାଗ ରହିବାକୁ ଅନୁରୋଧ କରିଛନ୍ତି ଜେଲେନସ୍କି। ସେ କହିଛନ୍ତି ଯେ ଅଗଷ୍ଟ ୨୪ ସମାରୋହ ପୂର୍ବରୁ ୟୁକ୍ରେନବାସୀ ମସ୍କୋକୁ ଭୟ ବିସ୍ତାର କରିବାରେ ସଫଳ ହେବାକୁ ଦିଅନ୍ତୁ ନାହିଁ।

ଏ ନେଇ ଜେଲେନସ୍କି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ‘ଆମେ ସମସ୍ତେ ଏହି କଥା ଜାଣିବା ଉଚିତ ଯେ ଚଳିତ ସପ୍ତାହରେ ରୁଷ୍‌ କିଛି ଖରାପ କାର୍ଯ୍ୟ କରିବାକୁ ଚେଷ୍ଟା କରିପାରେ’। ନିଜ ଭାଷଣରେ ଜେଲେନସ୍କି ନିକଟରେ କ୍ରିମିଆରେ ହୋଇଥିବା ସିରିଜ୍‌ ବିସ୍ଫୋରଣ ବିଷୟରେ ଉଲ୍ଲେଖ କରିଥିଲେ।

ଏହି ଅଞ୍ଚଳର ରାଜ୍ୟପାଳ ଓଲେହ ସିନେହବ କହିଛନ୍ତି, ୟୁକ୍ରେନର ଦ୍ୱିତୀୟ ସବୁଠାରୁ ବଡ଼ ସହର ଖାର୍କିଭରେ ବୁଧବାର ପୂରା ଦିନ ପାଇଁ କର୍ଫ୍ୟୁ ବୃଦ୍ଧି କରାଯିବ। କର୍ଫ୍ୟୁ ସାଧାରଣତଃ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥାଏ। ଖାର୍କିଭରେ ଲଗାତାର ରୁଷ୍‌ର ଗୁଳି ବିନିମୟ ଚାଲିଛି। ରାଜ୍ୟପାଳ ନାଗରିକମାନଙ୍କୁ ଘରେ ରହିବାକୁ ଏବଂ ଚେତାବନୀ ଉପରେ ଧ୍ୟାନ ଦେବାକୁ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.