ମସ୍କୋ: ଟେଷ୍ଟ ବେଳେ ରୁଷର ସୈନ୍ୟ ବିମାନରେ ଲାଗିଲା ନିଅାଁ, ୩ ଲୋକଙ୍କ ମୃତ୍ୟୁ, ଆସିଲା ଛାତିଥରା ଭିଡିଓ

ମସ୍କୋ ନିକଟରେ ଫ୍ଲାଇଟ୍‌ ଟେଷ୍ଟ ବେଳେ ରୁଷର ଏକ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ଭିତରେ ୩ କ୍ରୁ ମେମ୍ବର ଥିଲେ। ଏୟାରକ୍ରାଫ୍ଟ କମ୍ପାନୀ ୟୁନାଇଟେଡ୍‌ ଏୟାରକ୍ରାଫ୍ଟ କର୍ପୋରେଶନ ଏହି ଦୁର୍ଘଟଣା ନେଇ ସୂଚନା ପ୍ରଦାନ କରିଛି। ଏଥିରେ ୩ କ୍ରୁ ମେମ୍ବରଙ୍କ ମୃତ୍ୟୁ ଘଟିଥିବା ବେଳେ କିଏ ଆହତ ହୋଇଛନ୍ତି କି ନାହିଁ, ସେ ନେଇ କମ୍ପାନୀ ତରଫରୁ କିଛି ଜଣାପଡ଼ିନାହିଁ।

ଏବେ ଦୁର୍ଘଟଣାସ୍ଥଳରୁ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଭିଡିଓରେ ବିମାନ କମ୍‌ ଉଚ୍ଚରେ ଉଡ଼ୁଥିବାର ଦେଖାଯାଉଛି, ଯାହାର ଏକ ପଙ୍ଖାରେ ନିଅାଁ ଲାଗି ଯାଇଛି। ଏହାପରେ ବିମାନଟି କିଛି ବାଟ ଯିବା ପରେ ସିଧା ଭୂମି ଉପରେ ପଡ଼ୁଛି ଏବଂ ହୁତୁ ହୁତୁ ହୋଇ ଜଳି ଉଠୁଛି। ୟୁନାଇଟେଡ୍‌ ଏୟାରକ୍ରାଫ୍ଟ କର୍ପୋରେଶନ IL-112Vର ଟେଷ୍ଟିଂ ପୁରୁଣା ଏଣ୍ଟୋନୋଭ AN-26ର ବିକଳ୍ପ ରୂପେ କରୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.