ରୁଷୀୟ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନର ସଂଗ୍ରହାଳୟ ଧ୍ୱଂସ, ଜଣେ ମୃତ; ୧୦ରୁ ଅଧିକ ଆହତ
ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୧ ବର୍ଷରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଥମିବାର ନାମ ନେଉନାହିଁ।

ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୧ ବର୍ଷରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଥମିବାର ନାମ ନେଉନାହିଁ। ଦିନକୁ ଦିନ ବୋମା ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଅଧିକ ଭୟଙ୍କର ହେବାରେ ଲାଗିଛି। ଏହି ସମୟ ମଧ୍ୟରେ ଉଭୟ ଦେଶର ପାଖାପାଖି ଲକ୍ଷାଧିକ ସୈନିକଙ୍କର ମୃତ୍ୟୁ ହୋଇଛି।
ଏହାରି ଭିତରେ ୟୁକ୍ରେନର ଅଧିକାରୀମାନେ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ ଏକ ରୁଷୀୟ କ୍ଷେପଣାସ୍ତ୍ର ୟୁକ୍ରେନ ସହରରେ ଥିବା ଏକ ସଂଗ୍ରହାଳୟ ବିଲ୍ଡିଂକୁ ଧ୍ୱଂସ କରିଦେଇଛି। ଏଥିରେ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।
ୟୁକ୍ରେନ ଅଧିକାରୀମାନଙ୍କ ସୂଚନା ମୁତାବକ, ରୁଷୀୟ ସେନା ସହରର କେନ୍ଦ୍ରଭାଗରେ ଥିବା ସ୍ଥାନୀୟ ଐତିହାସିକ ସଂଗ୍ରହାଳୟ ଉପରେ ଆକ୍ରମଣ କରିଛନ୍ତି। ଖାର୍କିଭ ଅଞ୍ଚଳରେ କୁପିୟାନସ୍କ ଉପରେ ଆକ୍ରମଣ କରିବା ପାଇଁ S-300 ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଛି।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସାଇଟରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ବିଲ୍ଡିଂ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଦେଖିବାକୁ ମିଳୁଛି। ଭିଡିଓରେ ଜରୁରୀକାଳୀନ ଅଧିକାରୀମାନେ କ୍ଷୟକ୍ଷତି ଆକଳନ କରୁଥିବା ଦେଖାଯାଉଛି। ଭିଡିଓ ସେୟାର କରି ଜେଲେନସ୍କି ଲେଖିଛନ୍ତି, ‘ଆତଙ୍କବାଦୀ ଦେଶ ଆମକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବା ପାଇଁ ସବୁକିଛି କରୁଛି’।
ସେପଟେ ଖାର୍କିଭ ପ୍ରଦେଶର ରାଜ୍ୟପାଳ ଓଲେହ ସିନିହୁବୋଭ କହିଛନ୍ତି ଯେ ୩ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଭଗ୍ନାବଶେଷ ମଧ୍ୟରେ ପୋତିହୋଇ ରହିଥିବା ଆଶଙ୍କା କରାଯାଉଛି।
Kupyansk, local history museum. 🇷🇺 missile strike. So far, it is known about the dead employee of the museum and ten wounded. There are still people under the rubble.
The terrorist country is doing everything to destroy 🇺🇦 completely. We have no right to forget about it for a… pic.twitter.com/U2bt5RtxnL— Володимир Зеленський (@ZelenskyyUa) April 25, 2023