ଦେଶ ବିଦେଶ

ଜାପୋରଝିଆରେ ବାରୁଦ ବର୍ଷା, ୟୁକ୍ରେନର ପାଲଟା ଆକ୍ରମଣ

ଜାପୋରଝିଆରେ ବାରୁଦ ବର୍ଷା। ୟୁକ୍ରେନର ଜୋରଦାର ପାଲଟା ଆକ୍ରମଣ। ଗତ ବର୍ଷ ଯୁଦ୍ଧ ଆରମ୍ଭ ସମୟରୁ ଜାପୋରଝିଆର ଅଧିକାଂଶ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଥିଲା ରୁଷ ସେନା। ତା ଭିତରେ ଥିଲା ଜାପୋରଝିଆ ପରମାଣୁ ଶକ୍ତିକେନ୍ଦ୍ର। ଯାହା ୟୁରୋପର ସବୁଠୁ ବଡ଼ ଆଟୋମିକ ପାଓ୍ଵାର ପ୍ଲାଣ୍ଟ। ରୁଷ ଅଧିନରେ ପାଓ୍ଵାର ପ୍ଳାଣ୍ଟ ଥିଲେ ବି ଏଠି ୟୁକ୍ରେନ କର୍ମଚାରୀ କାମ କରୁଛନ୍ତି।

ଜାପୋରଝିଆରୁ ରୁଷ ସେନାକୁ ପଛକୁ ହଟାଇ ପ୍ଲାଣ୍ଟ ପୁନଃଦଖଲ କରିବାକୁ ରଣନୀତି ତୟାର କରିଛି ୟୁକ୍ରେନ। ରୁଷ ସେନା ଉପରେ ଆରମ୍ଭ କରି ଦେଇଛି କାଉଣ୍ଟର ଆଟାକ। ଲଢ଼େଇ ଘମାଘୋଟ ହେବ। ତେଣୁ ସମ୍ମୁଖଭାଗରୁ ସାଧାରଣ ଲୋକଙ୍କୁ ସ୍ଥାନାନ୍ତର କରୁଛି ରୁଷ। ପ୍ଲାଣ୍ଟ ଅଞ୍ଚଳର ୧୮ଟି ଜନବସତି ଖାଲି କରାଯାଉଛଇ।

୬୬୦ ଶିଶୁଙ୍କ ସମେତ ୧୬୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଗଲାଣି। ମେଡିକାଲରୁ ରୋଗୀଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଉଛି। ରୁଷ ସେନା ଜାପୋରଝିଆ ଅଞ୍ଚଳ ଖାଲି କରିବା ନୂଆ ଛନକା ସୃଷ୍ଟି କରିଛି।

ଲଢ଼େଇ ଭୟଙ୍କର ହେବାକୁ ଯାଉଛି। ଜାପୋରଝିଆକୁ ସହଜେ ଛାଡ଼ିବନି ରୁଷ। ଫଳରେ ବିପଦରେ ରହିବ ପରମାଣୁ ଶକ୍ତି କେନ୍ଦ୍ର। ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ଆନ୍ତର୍ଜାତିକ ପରମାଣୁ ସଂଗଠନ- ଆଇଏଇଏ । ସଂଗଠନର ମୁଖ୍ୟ ରାଫେଲ ଗ୍ରସି କହିଛନ୍ତି କିଛି ବି ଅପ୍ରତ୍ୟାଶିତ ହୋଇପାରେ ।

ବଡ଼ ଦୁର୍ଘଟଣା ଘଟିପାରେ। ଜାପୋରଝିଆରେ ଉତ୍ତେଜନା ବଢ଼ୁଛି। ପରିସ୍ଥିତି ଚାପଗ୍ରସ୍ତ ଓ ଆହ୍ଵାନପୂର୍ଣ୍ଣ ଅଛି। ଆଣବିକ ବିପଦକୁ ଅଟକାଇବାକୁ ହେବ । ନହେଲେ ପରିବେଶ ଓ ମଣିଷ ପାଇଁ ଘୋର ପରିଣାମ ଆଣିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରସି

ଗତ ବର୍ଷ ଫେବ୍ରୁଆରୀରେ ରୁଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଜାପୋରଝିଆ ପାଓ୍ଵାର ପ୍ଲାଣ୍ଟ ବିପଦରେ ଅଛି। ଅନେକ ଥର ବିକିରଣ ଆଶଂକା ସୃଷ୍ଟି ହୋଇ ପୁଣି ଟଳି ଯାଇଛିି। ବହୁବାର ୟୁକ୍ରେନର ମୁଖ୍ୟ ଗ୍ରିଡ଼ ସହ ଜାପୋରଝିଆର ସଂଯୋଗ ବିଛିନ୍ନ ହୋଇଛି। ଆଇଏଇଏ ମୁଖ୍ୟଙ୍କ ସହ ଏକ ଟିମ ଆସି ପ୍ଲାଣ୍ଟର ସ୍ଥିତି ଅନୁଧ୍ୟାନ କରିଥିଲେ।

ଏବେ ସବୁଠୁ ବେଶୀ ବିପଦଦରେ ଅଛି ଏହି ପ୍ଲାଣ୍ଟ। ଯଦି ଓ୍ଵାର ଜୋନରେ ରହେ, ଭୟଙ୍କର ବିକିରିଣ ବିପର୍ଯ୍ୟୟ ସୃଷ୍ଟି ହେବ। ଆଉ ଏକ ଚେର୍ଣ୍ଣୋବିଲ ବିପର୍ଯ୍ୟୟ ସୃଷ୍ଟି ହୋଇପାରେ। ୟୁକ୍ରେନର ୨୦ ପ୍ରତିଶତ ଶକ୍ତି ଚାହିଦା ମେଣ୍ଟାଇବାର କ୍ଷମତା ରଖିଥିବା ଏହି ଏହି ପ୍ଲାଣ୍ଟର ୬ଟି ରିଆକ୍ଟର ସଂପୂର୍ଣ୍ଣ ବନ୍ଦ ରହିଛି।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago