ଇଣ୍ଡୋନେସିଆର ପବିତ୍ର ଧାର୍ମିକ ପାହାଡ ଉପରେ ସୁଟ୍ କଲେ ପର୍ଣ୍ଣ ଭିଡିଓ, ଏବେ ପର୍ଣ୍ଣଷ୍ଟାରଙ୍କୁ ଖୋଜୁଛି ପୋଲିସ

ପାହାଡ ଉପରେ ପର୍ଣ୍ଣ ଭିଡିଓ ସୁଟ୍ କରିବା ପର୍ଣ୍ଣଷ୍ଟାରଙ୍କୁ ପଡିଲା ମହଙ୍ଗା। ଆଉ ଖାସ୍ ଏଥିପାଇଁ ଏବେ ପର୍ଣ୍ଣଷ୍ଟାରକୁ ଖୋଜୁଛି ପୋଲିସ। ଇଣ୍ଡୋନେସିଆର ପବିତ୍ର ଧାର୍ମିକ ପାହାଡ ଉପରେ ଆପତ୍ତିଜନକ ଭିଡିଓ ସୁଟ୍ କରି ଏହାକୁ ପର୍ଣ୍ଣହବ ଭଳି ୱେବସାଇଟରେ ପୋଷ୍ଟ କରିବା ଯୁବତୀଙ୍କୁ ମହଙ୍ଗା ପଡିଛି। ଏହି ଭିଡିଓ ଗତ ସପ୍ତାହରୁ ଚର୍ଚ୍ଚାରେ ରହିଛି। ଏହା ପର୍ଣ୍ଣହବରେ ସବୁଠାରୁ ଅଧିକ ଭାବେ ଦେଖାଯାଇଥିବା ଭିଡିଓ ମଧ୍ୟରେ ସାମିଲ ହୋଇଯାଇଛି।

ଏହି ଭିଡିଓରେ ଋଷର ପର୍ଣ୍ଣଷ୍ଟାର ବେରୋନିକ ତ୍ରେଶିନା ଏବଂ ତାଙ୍କ ପାର୍ଟନର ମିଖାଇଲ ମୋରୋଜୋଭଙ୍କ ଉପରେ ପ୍ରଦର୍ଶିତ କରାଯାଇଛି। ଏହି ଭିଡିଓକୁ ସୁଟ୍ କରିବା ପାଇଁ ବର୍ଷରୁ ଅଧିକ ସମୟ ଲାଗିଥିଲା। କିନ୍ତୁ ଏବେ ଏହାକୁ ଖୋଜିବା ପାଇଁ ଇଣ୍ଡୋନେସିଆ ପୋଲିସ ଲୁକଆଉଟ୍ ସର୍କୁଲାର ଜାରି କରିଛି। ମହିଳା ଜଣକ ଧରାପଡିଲେ ତାଙ୍କ ଉପରେ କଠୋର କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଛି। ଏହି ମାମଲାରେ ଯୁବତୀଙ୍କୁ ୩ ବର୍ଷର ଜେଲ ଦଣ୍ଡାଦେଶ ମଧ୍ୟ ଭୋଗିବାକୁ ପଡିପାରେ ବୋଲି ସୂଚନା ରହିଛି।

ମାଉଣ୍ଟ ବାତୁର ଇଣ୍ଡୋନେସିଆର ବାଲି ଦ୍ବୀପରେ ରହିଛି। ଏଠାରେ ବାଟୁର ନାମକ ଏକ ଲୋକପ୍ରିୟ ମନ୍ଦିର ରହିଛି, ଯେଉଁଠିକୁ ପ୍ରତ୍ଯେକ ବର୍ଷ ଅନେକ ଶ୍ରଦ୍ଧାଳୁ ପହଞ୍ଚନ୍ତି। ଏମାନେ କରିଥିବା ଭିଡିଓ କରୋନା ମହାମାରୀ ସମୟର। ଏବେ ପୋଲିସ ବେରୋନିକ ତ୍ରେଶିନା ଏବଂ ମିଖାଇଲ ମୋରୋଜୋଭଙ୍କୁ ଖୋଜିବାରେ ବ୍ଯସ୍ତ। ଖବର ମୁତାବକ, ଦୁହେଁ ଏବେ ଋଷ ଫେରିଆସିଛନ୍ତି।

ସ୍ଥାନୀୟ ମିଡିଆ ମୁତାବକ, ଯଦି ଏହି ଦମ୍ପତି ଗିରଫ ହୁଅନ୍ତି, ତେବେ ଦୁଇବର୍ଷ ୮ ମାସ ଜେଲ ଭୋଗିବାକୁ ପଡିବ। କିନ୍ତୁ ଏପର୍ଯ୍ଯନ୍ତ ଏହି ଦମ୍ପତି ଉକ୍ତ ମାମଲାରେ କିଛି ବି ପ୍ରତିକ୍ରିୟା ଦେଇନାହାନ୍ତି।

Leave A Reply

Your email address will not be published.