ଦିଲ୍ଲୀ(କେନ୍ଯୁଜ୍) : ଆଜି ଭାରତ ଆସୁଛନ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ଭାରତ-ଋଷ ଶିଖର ସମ୍ମିଳନୀରେ ଯୋଗଦେବେ ପୁଟିନ୍। ଏହି ଦୁଇ ଦିନିଆ ଭାରତଗସ୍ତ ଅବସରରେ ପୁଟିନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦେଶର ପ୍ରତିରକ୍ଷା ସମ୍ପର୍କକୁ ମଜବୁତ୍ କରିବା ନେଇ ଆଲୋଚନା ହେବ। ବିଶେଷକରି ପ୍ରାୟ ୩୭ ହଜାର କୋଟିର ଏସ୍-୪୦୦ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଚୁକ୍ତି ପ୍ରସଙ୍ଗରେ କଥାବାର୍ତ୍ତା ହେବ। ଏ ନେଇ ଦୁଇ ନେତା ଚୁକ୍ତି ସ୍ୱାକ୍ଷର କରିବେ।
ଦୁଇ ଦେଶ ମଧ୍ୟରେ ପ୍ରାୟ ୨୦ଟି ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ କରାଯାଇପାରେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ପୁଟିନ୍ ଭେଟିବାର କାର୍ଯ୍ଯକ୍ରମ ରହିଛି। ନିକଟରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଭାରତ-ଋଷିଆ ଇଣ୍ଟର ଗର୍ଭରମେଣ୍ଟ କମିଶନ ଅନ୍ ଟେକ୍ନିକାଲ ଟେକ୍ନୋଲୋଜି ଇକୋନୋମିକ୍ କୋ-ଅପରେସନ୍ର ୨୩ତମ ବୈଠକରେ ଯୋଗ ଦେଇଥିଲେ।