ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ, ଖୁବ୍ ଜଲଦି ତାରିଖ ଘୋଷଣା

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ବହୁତ ଜଲଦି ଭାରତ ଆସିବେ । ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତକୁ ନେଇ କ୍ରେମଲିନ ପ୍ରବକ୍ତା ଦିମିତ୍ରୀ ପେସ୍କୋଭ୍ ଏକ ବୟାନ ଜାରି କରି କହିଛନ୍ତି, ‘ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆମେ ତାରିଖ ସ୍ଥିର କରୁଛୁ । ବହୁତ ଜଲଦି ତାରିଖ ଘୋଷଣା କରାଯିବ’ । ଏଥିପାଇଁ ରୁଷ୍ ପ୍ରସ୍ତୁତି ଆରମ୍ଭ କରିଦେଇଛି ବୋଲି ପେସ୍କୋଭ୍ କହିଛନ୍ତି ।

ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ ପରଠାରୁ ପୁଟିନ ବର୍ତ୍ତମାନ ଯାଏ କେବଳ ମଙ୍ଗୋଲିଆ ଏବଂ ଉତ୍ତର କୋରିଆ ଗସ୍ତ କରିଛନ୍ତି । ତେଣୁ ତାଙ୍କର ଏହି ଭାରତ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

୨୦୨୨ରେ ରୁଷ୍-ୟୁକ୍ରେନ ଯୁଦ୍ଧ ଆରମ୍ଭ ପରଠାରୁ ପୁଟିନଙ୍କର ଏହା ପ୍ରଥମ ଭାରତ ଗସ୍ତ ହେବ । ଶେଷ ଥର ସେ ୨୦୨୧ ଡିସେମ୍ବର ୬ରେ ନୂଆଦିଲ୍ଲୀରେ ଆୟୋଜିତ ୨୧ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଭାରତ ଆସିଥିଲେ ।

ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୨ ଥର ରୁଷ୍ ଯାତ୍ରା କରିଛନ୍ତି । ଜୁଲାଇରେ ମୋଦି ମସ୍କୋ ଗସ୍ତ କରିଥିଲେ । ପିଏମଙ୍କର ଏହି ଗସ୍ତ ୨୨ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଥିଲା । ମୋଦି ବ୍ରିକ୍ସ ସମ୍ମିଳନୀ ପାଇଁ ଅକ୍ଟୋବର ୧୧ରେ ରୁଷ୍ ଯାଇଥିଲେ । ଏହି ସମୟରେ ସେ ପୁଟିନଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ ।

You might also like