ପୁଟିନଙ୍କ କ୍ୟାନସର ରୋଗ ଆଉ ଭଲ ହେବନାହିଁ, ବେଳକୁ ବେଳ କ୍ୟାନସର ଅଧିକ ମାଡ଼ିବାରେ ଲାଗିଛି

କେନ୍ୟୁଜ୍(ବ୍ୟୁରୋ): ପୁଟିନ ଆଉ ୩ବର୍ଷ ବଞ୍ଚିବେ ! ରୁଷ ରାଷ୍ଟ୍ରପତି ପୁଟିନ ଆଉ ମାତ୍ର ୨ ବା ୩ ବର୍ଷ ବଞ୍ଚିବେ । ତାଙ୍କ କ୍ୟାନସର ରୋଗ ଆଉ ଭଲ ହେବନାହିଁ । ଏହା ବେଳକୁ ବେଳ ଅଧିକ ମାଡ଼ିବାରେ ଲାଗିଛି । ଏଥିରୁ କୌଣସିମତେ ବଞ୍ଚିବା ସମ୍ଭାବନା ନାହିଁ । ରୁଷର ଫେଡେରାଲ ସିକ୍ୟୁରିଟି ସର୍ଭିସର ପୂର୍ବତନ ଏଜେଣ୍ଟ ବୋରିସ କାର୍ପିଚକୋଭ୍‌ ଏଭଳି କହିଛନ୍ତି ।

କ୍ୟାନସର ବଢ଼ୁଥିବାରୁ ଏହାର ପ୍ରଭାବ ଅନ୍ୟ ଅଙ୍ଗ ଉପରେ ପଡୁଛି । ପୁଟିନଙ୍କ ଦୃଷ୍ଟିଶକ୍ତି କମିବାରେ ଲାଗିଛି । କିନ୍ତୁ ସେ ଚଷମା ପିନ୍ଧିବାକୁ ମନକରିଦେଇଛନ୍ତି । ସେ ଭୀଷଣ ରୋଗାକ୍ରନ୍ତ ଥିବା କାଳେ ବାହାରକୁ ଜଣାପଡିବ, ସେଥିପାଇଁ ରାଜି ହେଉନାହାନ୍ତି । ତେଣୁ ତାଙ୍କ ପାଖେ ପାଖେ ସୁରକ୍ଷାକର୍ମୀ ଓ ଡାକ୍ତରମାନେ ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.