ୟୁକ୍ରେନର ସପିଂ ମଲ୍‌ ଉପରେ ରୁଷର ରକେଟ୍‌ ମାଡ଼: ମଲ୍‌ରେ ଥିଲେ ହଜାରରୁ ଅଧିକ ଜଣ

କେନ୍ୟୁଜ୍(ବ୍ୟୁରୋ): ସପିଂ ମଲ୍‌ ଉପରେ ରୁଷର ରକେଟ୍‌ ମାଡ଼। ୟୁକ୍ରେନର କ୍ରେମେନଚୁକ୍‌ରେ ଥିବା ସପିଂ ମଲ୍‌ ଉପରେ ହମ୍‌ଲା ହୋଇଛି। ରକେଟ୍‌ ମାଡ ସମୟରେ ମଲରେ ହଜାରରୁ ଅଧିକ ସାଧାରଣ ନାଗରିକ ଥିବା କୁହାଯାଉଛି। ରକେଟ ମାଡ ପରେ ମଲରେ ନିଆଁ ଲାଗିଯାଇଥିଲା। ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରହିଛି।

ମୃତାହତଙ୍କ ସଂଖ୍ୟା ଜଣା ପଡି ନାହିଁ। ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନ୍‌ସ୍କି କହିଛନ୍ତି, ମଲରୁ ରୁଷ ପ୍ରତି କୌଣସି ବିପଦ ନଥିଲା। ରଣନୀତି ଦୃଷ୍ଟିରୁ ମଲର କୌଣସି ଗୁରୁତ୍ୱ ନାହିଁ। ରୁଷ କେବଳ ନିରିହ ନାଗରିକଙ୍କୁ ଟାର୍ଗେଟ୍‌ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.