ଅତି ସମ୍ବେଦନଶୀଳ! ରୁଷୀୟ ଯବାନ୍‌ଙ୍କ ପତ୍ନୀ କହୁଛନ୍ତି ୟୁକ୍ରେନ୍‌ ମହିଳାଙ୍କ ବଳାତ୍କାର କର

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି। ରୁଷୀୟ ଯବାନଙ୍କର ତାଙ୍କ ପତ୍ନୀଙ୍କ ସହିତ ହୋଇଥିବା କଥାବାର୍ତ୍ତାକୁ ୟୁକ୍ରେନରେ ଇଣ୍ଟରସେପ୍ଟ କରାଯାଇଛି, ଯେଉଁଥିରେ ପତ୍ନୀ ଜଣକ ଏହା କହୁଥିବାର ଶୁଣାଯାଉଛି ଯେ ‘ୟୁକ୍ରେନ ମହିଳାମାନଙ୍କୁ ଦୁଷ୍କର୍ମ କର’। Ukrinformରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହି କଥା ସାମ୍ନାକୁ ଆସିଛି।

କହି ରଖୁଛୁ, ରୁଷୀୟ ଯବାନଙ୍କ ପତ୍ନୀ ୟୁକ୍ରେନ ମହିଳାମାନଙ୍କ ସହିତ ଦୁଷ୍କର୍ମ କର ବୋଲି କହିବା ପରେ ଏ ନେଇ ୟୁକ୍ରେନରେ ଖୁବ୍‌ ସମାଲୋଚନା କରାଯାଉଛି। ଏଠାକାର ଲୋକେ କହୁଛନ୍ତି, ଏହି କଥାବାର୍ତ୍ତା ଦର୍ଶାଉଛି ଯେ ଆକ୍ରମଣକାରୀଙ୍କ ଭିତରେ କେତେ ନୈତିକତା ଭରି ରହିଛି। ତେବେ ଖବର ମୁତାବକ, ରୁଷୀୟ ଯବାନଙ୍କ ପତ୍ନୀ ନିଜ ସ୍ୱାମୀଙ୍କୁ କହୁଛନ୍ତି ଯେ ‘ତୁମେ ସେଠାକୁ ଯାଅ ଏବଂ ୟୁକ୍ରେନ ମହିଳାମାନଙ୍କୁ ଦୁଷ୍କର୍ମ କର। ବାସ୍‌, ମୋତେ କିଛି କୁହ ନାହିଁ’।

ସୂଚନାଥାଉ କି, ରୁଷ୍‌-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ବହୁ ସଂଖ୍ୟକ ମହିଳା ୟୁକ୍ରେନରୁ ପଳାୟନ କରିଛନ୍ତି। ସେମାନଙ୍କ ସହିତ ଦୁର୍ବ୍ୟବହାର ହେବାର ଆଶଙ୍କା କରି ସେମାନେ ଅନ୍ୟ ଦେଶକୁ ଚାଲି ଯାଇଛନ୍ତି। ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ଭିତରେ ରୁଷ୍‌ର ରକ୍ଷା ମନ୍ତ୍ରାଳୟ ବଡ଼ ଦାବି କରିଛି। ରୁଷୀୟ ସେନା ମୁତାବକ, ଗତ ୨୪ ଘଣ୍ଟାରେ ୟୁକ୍ରେନର ୭ ସୈନ୍ୟ ଶିବିରକୁ ରୁଷ୍‌ ଧ୍ୱଂସ କରି ଦେଇଛି।

ଅନ୍ୟପଟେ ୟୁକ୍ରେନ ସହ ଯୁଦ୍ଧ ଭିତରେ ରୁଷ୍‌, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ଏଥି ସହିତ ବ୍ରିଟିଶର କେତେଜଣ ବଡ଼ ନେତା ଓ ମନ୍ତ୍ରୀଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ରୁଷ୍‌ ବୈଦେଶିକ ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଛି ଯେ ୟୁକ୍ରେନ ସଂଘର୍ଷକୁ ନେଇ ଏହି ନେତାମାନଙ୍କର ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଯୋଗୁ ଏଭଳି ପଦକ୍ଷେପ ନିଆଯାଇଛି। ମସ୍କୋ ତରଫରୁ ଜାରି ‘ଷ୍ଟପ୍‌ ଲିଷ୍ଟ୍‍’ରେ ୧୩ ଜଣ ବ୍ରିଟିଶ ରାଜନେତାଙ୍କ ନାମ ସାମିଲ ରହିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ମୂଳର ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ଗୃହମନ୍ତ୍ରୀ ପ୍ରୀତି ପଟେଲ। ଏହା ବ୍ୟତୀତ ଉପ ପ୍ରଧାନମନ୍ତ୍ରୀ ଡୋମିନିକ୍‌ ରାବ, ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରୁସ୍‌ ଓ ପ୍ରତିରକ୍ଷା ମନ୍ତ୍ରୀ ବେନ୍‌ ବାଲାସ୍‌ ମଧ୍ୟ ସାମିଲ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.