ନାଟୋରେ ମିଶିଲ ତ ଏବେ ପରିଣାମ ଭୋଗିବ, ଫିନ୍‌ଲାଣ୍ଡକୁ ଏମିତି ଧମକ ଦେଲା ରୁଷ୍‌

ଏଇ ନିକଟରେ ଫିନଲ୍ୟାଣ୍ଡ ନାଟୋ ତଥା ନର୍ଥ ଆଟଲାଣ୍ଟିକ ଟ୍ରିଟି ରଗନାଇଜେସନର ମେମ୍ବରସିପ ନେବା ଦୌଡରେ ରହିଛି । କିନ୍ତୁ ଏପଟେ ଫିନଲ୍ୟାଣ୍ଡ ନାଟୋ ସହିତ ମିଶିବାକୁ ନେଇ ରୁଷ ପକ୍ଷରୁ କିଛି ବିବାଦୀୟ ମନ୍ତବ୍ୟ ଦିଆଯାଇଥିବା ନେଇ ଜଣାଯାଇଛି । ରୁଷ ବୈଦେଶିକ ମନ୍ତ୍ରୀଙ୍କ କହିବା ଅନୁଯାୟୀ ଫିନ୍ଲ୍ୟାଣ୍ଡ ନାଟୋର ମେମ୍ବରସିପ ନେବା ପରେ ଏହା ଦୁଇ ଦେଶ ମଧ୍ୟର ସମ୍ପର୍କକୁ ଆହୁରି ଅଧିକ ତିକ୍ତ କରିଦେଇପାରେ । ଏହାବାଦ ଉତ୍ତର ୟୁରୋପରେ ସୁରକ୍ଷା ମଧ୍ୟ ବିଗିଡି ଯାଇପାରେ । ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଓ ୟୁକ୍ରେନର ଅଧିକାଂଶ ଅଂଚଳକୁ ରୁଷ ଧ୍ଵସ୍ଥ ବିଧ୍ୱସ୍ତ କରିଦେଇଥିବା ବେଳେ ଫିନ୍ଲ୍ୟାଣ୍ଡର ନାଟୋରେ ମେମ୍ବରସିପକୁ ନେଇ ବିପୁଳ ଜନ ସମର୍ଥନ ମିଳିଥିଲା । ଏହା ମଧ୍ୟ ଶୁଣାଯାଉଛିଯେ ଫିନଲ୍ୟାଣ୍ଡ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତୁରନ୍ତ ମେମ୍ବରସିପ ନେବାକୁ ନେଇ ଚେଷ୍ଟା କରି ଆସୁଥିଲେ ।

କହି ରଖିବା ଉଚିତ ହେବକି ଫିନଲ୍ୟାଣ୍ଡ ରୁଷ ସହିତ ପାଖାପାଖି ୧୩୦୦ କିଲୋମିଟର ପର୍ଯ୍ୟନ୍ତର ବର୍ଡ଼ର ସେୟାର କରୁଛି । ଆଉ ହୁଏତ ଏହି କାରଣ ପାଇଁ ଏଯାବତ ଫିନଲ୍ୟାଣ୍ଡ ନାଟୋ ମେମ୍ବରସିପରୁ ନିଜକୁ ଦୁରେଇ ରଖିଥିଲା । ବରିଷ୍ଠ ରାଜନୀତିନଜ୍ଞ ମାନଙ୍କ ଠାରୁ ପରାମର୍ଶ ନେଇ ଓ ପାର୍ଲାମେଂଟର ସ୍ୱୀକୃତି ପାଇବା ପରେ ଆସନ୍ତା ରବିବାର ଏବାବଦରେ ଫିନଲ୍ୟାଣ୍ଡ ଅଧିକାରୀକ ଭାବେ ଘୋଷଣା କରିବା ନେଇ ଯୋଜନା ପ୍ରସ୍ତୁତ କରିଛି । ସ୍ୱିଡ଼େନ ମଧ୍ୟ ଘୋଷଣା କରିଛିଯେ ସେହି ସମାନ ଦିନ ସମାନ ଧରଣର ନିଷ୍ପତି ନେବ ।

ସେପଟେ ନାଟୋ ସେକ୍ରେଟାରୀ ଜେନେରାଲ ଜେନ୍ସ ଷ୍ଟଲଟେନବର୍ଗ କହିଛନ୍ତିଯେ ସ୍ୱିଡ଼େନ ଓ ଫିନଲ୍ୟାଣ୍ଡକୁ ମେମ୍ବରସିପ ଖୁବ ଶୀଘ୍ର ଦିଆଯିବ । ସେପଟେ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛିଯେ ହୁଏତ ଆମେରିକା ଦୁଇ ଦେଶ ତରଫରୁ ନାଟୋ ମେମ୍ବରସିପକୁ ନେଇ କରାଯାଇଥିବା ଦରଖାସ୍ତକୁ ଫେରେଇ ଦେଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.