ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନର ହାତ ବଢ଼ାଇଲା ଶିରୋମଣି ଅକାଳୀ ଦଳ

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶିରୋମଣି ଅକାଳୀ ଦଳ ନିଜ ସମର୍ଥନ ଜଣାଇଛି । ଆଜି ଅପରାହ୍ନ ସମୟରେ ନିଜର ଏହି ନିଷ୍ପତ୍ତି ବାବଦରେ ଘୋଷଣା କଲା ଦଳ । କହିରଖିବା ଉଚିତ ହେବକି ଦୀର୍ଘ ୨୧ ମାସ ହେଲା ବିଜେପି ମେଣ୍ଟରୁ ଦୂରେଇ ଯାଇଥିଲା ଶିରୋମଣି ଅକାଳୀ ଦଳ । କିନ୍ତୁ ଆଗକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନିଜର ଆଭିମୁଖ୍ୟ ବଦଳାଇଛି ଏହି ଦଳ ।

ସୂଚନାରୁ ଜଣାଯାଇଛିଯେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅକାଳୀ ଦଳ ସୁପ୍ରିମୋ ସୁଖବୀର ସିଂହ ବାଦଲଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ ଶ୍ରୀମତୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବାକୁ ଅନୁରୋଧ ମଧ୍ୟ କରିଥିଲେ। ଏହି ଆଲୋଚନା ପରେ ଅକାଳୀ ଦଳ ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବ ବୋଲି ଘୋଷଣା କରିଛି।

ଚଣ୍ଡିଗଡ଼ରେ ଆଜି ଅକାଳୀ ଦଳ ପକ୍ଷରୁ ବସିଥିବା କୋର କମିଟି ବୈଠକ ପରେ ଶ୍ରୀ ବାଦଲ କହିଛନ୍ତି, “କୃଷି ଆଇନକୁ ନେଇ ଶାସକ ବିଜେପି ସହ ଆମର ମତାନ୍ତର ଥିଲେ ମଧ୍ୟ ବନ୍ଦୀ ଥିବା ଶିଖଙ୍କ ମୁକ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗ ପାଇଁ ଆମେ ସେମାନଙ୍କ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.