ଗଡ୍‌ସେ ବୟାନ ଉପରେ ଲୋକସଭାରେ ଭୁଲ ମାଗିଲେ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର

ନୂଆଦିଲ୍ଲୀ: ଗଡ୍‌ସେ ବୟାନ ଉପରେ ଲୋକସଭାରେ ଭୁଲ ମାଗିଲେ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର। ନାଥୁରାମ ଗଡ୍‌ସେକୁ ଦେଶ ଭକ୍ତ କହି ବିବାଦରେ ଫସିଥିଲେ। ବିରୋଧୀଙ୍କ ହମ୍‌ଲା ଓ ତମ୍ବି ତଫାନ ପରେ ଆଜି ପ୍ରଜ୍ଞା ଲୋକସଭାରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଛନ୍ତି ।

ସେ କହିଛନ୍ତି, ମୁଁ ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ କରେ। ଗାନ୍ଧିଜୀଙ୍କ ବିଚାର ଓ ଦେଶ ପ୍ରତି ତାଙ୍କ ବଳିଦାନକୁ ସମ୍ମାନ କରେ। ମୁଁ ଦେଇଥିବା ମନ୍ତବ୍ୟକୁ କଦର୍ଥ କରି ଭୁଲ ଭାବେ ଉପସ୍ଥାପନ କରାଯାଇଛି । ନାଁ ନନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି ପ୍ରଜ୍ଞା ଠାକୁର। କହିଛନ୍ତି, ସଂସଦରେ ଜଣେ ସଦସ୍ୟ ତାଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି । ମୋ ବିରୋଧରେ କୌଣସି ଅଭିଯୋଗ କୋର୍ଟରେ ପ୍ରମାଣିତ ହୋଇ ନାହିଁ । ବିନା ଅଭିଯୋଗରେ ଆତଙ୍କବାଦୀ କହିବା ବେଆଇନ୍‌ । ଏଭଳି ଆରୋପ କରିବା ଜଣେ ମହିଳାଙ୍କ ପ୍ରତି ଅପମାନ। ପ୍ରଜ୍ଞାଙ୍କ ଗଡ୍‌ସେ ବୟାନକୁ ନେଇ ଆଜି ବି ଲୋକସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। କଂଗ୍ରେସ ସାଂସଦମାନେ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ନାରାବାଜି କରିଥିଲେ । ପ୍ରବଳ ହଟ୍ଟଗୋଳ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.