ନୂଆଦିଲ୍ଲୀ: ସାଧ୍ବୀ ପ୍ରଜ୍ଞା ସିଂ ଠାକୁରଙ୍କ ପିଛା ଛାଡୁନି ବିବାଦ । ସଂସଦରେ ମଧ୍ଯ ତାଙ୍କୁ ନେଇ ଉପୁଜିଲା ବିବାଦ । ଭୋପାଳର ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ଶପଥ ନେବା ସମୟରେ ଲୋକସଭାରେ ହଙ୍ଗାମା ସୃଷ୍ଟି ହୋଇଥିଲା । ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ଯେତେବେଳେ ଶପଥ ନେବାକୁ ଆସିଥିଲେ ତାଙ୍କ ନାମକୁ ନେଇ ବିରୋଧୀ ଆପତ୍ତି ଉଠାଇଥିଲେ ।
ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ସଂସ୍କୃତରେ ଶପଥ ନେଉଥିଲେ । ଯେତେବେଳେ ନିଜ ନାମ ଉଚ୍ଚାରଣ କରିଥିଲେ ତାହାକୁ ବିରୋଧୀ ବିରୋଧ କରିଥିଲେ । ସାଧ୍ବୀ ପ୍ରଜ୍ଞା ସିଂ ଠାକୁର କହିଥିଲେ ଯେ ‘ମୁଁ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ସ୍ୱାମୀ ପୂର୍ଣ୍ଣଚେତନାନନ୍ଦ ଅବଧେଶାନନ୍ଦ ଗିରି ଲୋକସଭା ସଦସ୍ୟ ରୂପେ ଶପଥ ନେଉଛି’ । କିଛି ସାଂସଦ ଏହାକୁ ବିରୋଧ କରିଥିଲେ । ଲୋକସଭାରେ ଉପସ୍ଥିତ ଅଧିକାରୀ ସାଧ୍ବୀ ପ୍ରଜ୍ଞା ସିଂ ଠାକୁରଙ୍କୁ ନିଜ ପିତାଙ୍କ ନାମ ନେବାକୁ କହିଥିଲେ ।
#WATCH: An uproar started in the Lok Sabha today when BJP’s winning candidate from Bhopal, Pragya Singh Thakur took oath as MP under the name ‘Sadhvi Pragya Singh Thakur Poorn Chetnand Avdheshanand Giri’, suffixing her name with her spiritual guru. She took her oath in 3 attempts pic.twitter.com/VuTvZ4BgIT
— ANI (@ANI) June 17, 2019
ବିରୋଧୀ କହିଥିଲେ ଯେ ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ନିର୍ବାଚନ ଆୟୋଗଙ୍କ ପାଖରେ ଯେଉଁ ସତ୍ୟପାଠ ଦେଇଥିଲେ ସେଥିରେ ସ୍ୱାମୀ ପୂର୍ଣ୍ଣଚେତନାନନ୍ଦ ଅବଧେଶାନନ୍ଦ ଗିରିଙ୍କ ନାମ ଉଲ୍ଲେଖ ନଥିଲା । ତେଣୁ ନିୟମ ଅନୁସାରେ ସେ ଏହି ନାମରେ ଶପଥ ଗ୍ରହଣ କରିପାରିବେ ନାହିଁ । ଯାହାଫଳରେ ସେ ଦୁଇ ଦୁଇ ଥର ଅଧା ଶପଥ ନେଇଥିଲେ ।