ରିଲସ୍ ବନଉଥିବାବେଳେ ଚଢିଗଲା ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯୁବକ  

ଉତ୍ତରପ୍ରଦେଶ ସହାରନପୁରରେ ରେଲୱେ ଟ୍ରାକରେ ଶୋଇ ରିଲସ୍ ବନାଉଥିଲେ ଜଣେ ଯୁବକ । ସେ ଗଙ୍ଗୋହ ଅଞ୍ଚଳ ଖାନପୁର ଗାଁର ଯୁବକ ରମଣ । ଭିଡିଓରେ ସ୍ପଷ୍ଟ ଜଣାପଡୁଛି ଯେ, ସେ କିଭଳି ତାଙ୍କ ଜୀବନକୁ ବାଜି ଲଗାଇ ଭିଡିଓ ବନାଉଛନ୍ତି । କିନ୍ତୁ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି ଯୁବକ । ଯାହାର ଭିଡିଓ ସୋସିଆଲ ଭାଇରଲ ହେବାରେ ଲାଗିଛି । ଭାଇରଲ ଭିଡିଓ ଦେଖିବା ମାତ୍ରେ ଜିଆରପି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରମଣଙ୍କୁ ଗିରଫ କରିଛି ।

ଆଉ କେବେ ସୁଧୁରିବେ ପିଲା । ଆଜିକାଲି ପିଲାଙ୍କ ରିଲସର ଭ୍ୟୁ ନିଶାରେ ଶହ ଶହ ମୂଲ୍ୟବାନ ଜୀବନକୁ ବାଜି ଲଗାଇଦେଉଛନ୍ତି । ତଥାପି ପିଲାମାନେ ଏତେ ଏତେ ଘଟଣାର ଖବର ଶୁଣିବା ପରେ ମଧ୍ୟ ଜୀବନକୁ ନେଇ ସଚେତନ ହେଉନାହାନ୍ତି । ରମଣଙ୍କ ଭଳି ମଧ୍ୟ ଅନେକ ପିଲା ଅନ୍ୟ ଯୁବପିଢିଙ୍କୁ ବିପଦଜନକ ବାର୍ତ୍ତାର ପ୍ରେରଣା ଦେଉଛନ୍ତି ।

ଅନ୍ୟପଟେ ରେଳ ପ୍ରଶାସନ ଏବଂ ପୋଲିସ ଏହି ମାମଲାକୁ ନେଇ ଚେତାବନୀ ଦେଉଛନ୍ତି । ଏହା ସତ୍ତ୍ବେ ମଧ୍ୟ ଲୋକ ନିଜ ଜୀବନ ପ୍ରତି ଧ୍ୟାନ ଦେଉନାହାନ୍ତି । ଲୋକଙ୍କ ରିଲସ ବନେଇବାର ଆଗ୍ରହ ଏତେ ଯେ ମୃତ୍ୟୁ ସହ ଖେଳିବାକୁ ମଧ୍ୟ ପଛ ଘୁଞ୍ଚା ଦେଉନାହାନ୍ତି ।

 

 

AlsoRead : ଆମେରିକାରେ ନଦୀକୁ ଖସିଲା ହେଲିକପ୍ଟର, ୬ଜଣଙ୍କର ମୃତ୍ୟୁ