କୁସ୍ତିଯୋଦ୍ଧା ବୋଲି ସହଜରେ ସୈଫଙ୍କୁ କରିଥିଲା ଆକ୍ରମଣ, ଶାହରୁଖ-ସଲମାନଙ୍କ ଘରେ କରିଥିଲା ରେକି

ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଗିରଫ ହୋଇଥିବା ଅଭିଯୁକ୍ତ ମୋହମ୍ମଦ ଶରୀଫୁଲ ବାଂଲାଦେଶର କୁସ୍ତିଯୋଦ୍ଧା ବୋଲି ପୋଲିସ ଜାଣିବାକୁ ପାଇଛି । ସୈଫଙ୍କ ଘରେ ପଶିବା ପୂର୍ବରୁ ଶାହରୁଖ ଏବଂ ସଲମାନଙ୍କ ଘର ନିକଟରେ ରେକି କରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଜଣକ ଛୋଟ ବେଳରୁ ନିଜ ଅଞ୍ଚଳରେ କୁସ୍ତିଯୁଦ୍ଧ ଖେଳୁଥିଲା । ସ୍ଥାନୀୟ ଅଞ୍ଚଳରେ କୁସ୍ତିଯୋଦ୍ଧା ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଛି ଅଭିଯୁକ୍ତ । ଏଥିପାଇଁ ସେ ବିଲକୁଲ୍ ଫିଟ ଥିଲା ଆଉ ସୈଫଙ୍କୁ ଛୁରାମାଡ କରିବାରେ ସଫଳ ହୋଇଥିଲା ।

ଅଭିଯୁକ୍ତ ଜଣକ ପ୍ରଥମ ସୈଫଙ୍କ ଘରୋଇ ସହାୟିକାଙ୍କ ଉପରେ ଆକ୍ରମଣ କରଇଥିଲା, ସୈଫ ଚିତ୍କାର ଶୁଣି ବଞ୍ଚାଇବାକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ସୈଫଙ୍କୁ ବେକକୁ ପ୍ରଥମେ ତା’ ପରେ ପିଠିକୁ ଆଘାତ ଦେଇଯାଇଥିଲା । ଅଭିଯୁକ୍ତ ଜଣକ ୬ ଥର ଛୁରିରେ ଆକ୍ରମଣ କରିବା ପରେ ସୈଫଙ୍କ ମେରୁଦଣ୍ଡରେ ବେଶି ଆଘାତ ଲାଗିଥିଲା ।

ତେବେ ସୈଫଙ୍କ ଘର ପଶିବା ପୂର୍ବରୁ ଅଭିଯୁକ୍ତ ଜଣକ ଅନେକ ସେଲିବ୍ରିଟିଙ୍କ ଘର ଆଗରେ ରେକି କରିଥିଲେ । ସଲମାନ ଏବଂ ଶାହରୁଖଙ୍କ ଘର ନିକଟରେ ଏହାର ଫୁଟେଜ ଦେଖିବାକୁ ମିଳିଛି । ଶାହରୁଖଙ୍କ ଘର ଠାରୁ ଅଳ୍ପ ଦୂରରେ ସଲମାନଙ୍କ ଘର । ଅଭିଯୁକ୍ତ ଜଣକ ସଲମାନ ଖାନଙ୍କ ଘର ଗ୍ୟାଲେକ୍ସି ସାମ୍ନାରେ ଅନେକ ଥର ଯିବାଆସିବା କରିଥିବା ଜଣାପଡିଛି । ସଲମାନଙ୍କ ବିଲିଡିଂ ବାହାରେ ଥିବା ପୋଲିସ ଥିବାରୁ ଧରାପଡିଯିବା ଭୟରେ ପ୍ଲାନ୍ ବଦଳାଇଥିଲା । ସେହିପରି ଅଟୋରେ ବୁଲିବା ବେଳେ ଅଟୋ ଡ୍ରାଇଭର ଠାରୁ ସେଲିବ୍ରିଟିଙ୍କ ଘର ବିଷୟରେ ପଚରା ବୁଝିଥିଲା ବୋଲି ପୋଲିସ କହିଛି ।

ସୂଚନାଯୋଗ୍ୟ, ୧୫ତାରିଖ ମଧ୍ୟରାତିରେ ସୈଫ ଅଲ୍ଲୀ ଖାନଙ୍କ ବାନ୍ଦ୍ରା ବାସଭବନ ୧୧ ମହଲାରେ ତାଙ୍କ ଉପରେ ଛୁରାମାଡ଼ କରିଥିଲା ଦୁର୍ବୃତ୍ତ । ଆକ୍ରମଣ ପରେ ସୈଫଙ୍କୁ ତାଙ୍କ ଡ୍ରାଇଭର ଏବଂ ସିକ୍ୟୁରିଟି ଗାର୍ଡ ପୁଅ ତୈମୁର ସହିତ ଅଟୋରେ ହସପିଟାଲ ନେଇ ଯାଇଥିଲେ । ଆକ୍ରମଣ କରିଥିବା ଯୁବକକୁ ମହାରାଷ୍ଟ୍ର ଥାନେରୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ଆକ୍ରମଣକାରୀର ନାଁ ମହମ୍ମଦ ଇଲିଆସ ଓରଫ ବିଜୟ ଦାସ ।  ସୈଫଙ୍କ ଘରେ ପଶି ସେ ଛୁରି ଭୁସିଥିବା ସ୍ବୀକାର କରିଛି ।  ସେ ମୁମ୍ବାଇର ଏକ ପବ୍ ରେ କାମ କରୁଥିବାର ଜଣାପଡିଥିଲା ।  ଥାନେ ହିରାନନ୍ଦାନି ଇଷ୍ଟେଟ୍ ମେଟ୍ରୋ କନଷ୍ଟକସନ୍ ସାଇଟରୁ ଏକ ଲେବର କ୍ୟାମ୍ପରୁ ତାକୁ ଗିରଫ କରାଯାଇଥିଲା ।

Also Read : ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ୫ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ଗିରଫ ଅଭିଯୁକ୍ତ