ସୈଫଙ୍କ ପାଇଁ କିଏ ସାଜିଥିଲେ ଦେବଦୂତ, ଆକ୍ରମଣ ପରେ କିଏ ନେଇଥିଲା ହସପିଟାଲ

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଘରେ ପଶି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ରାତି ୩.୩୦ ମିନିଟରେ ତାଙ୍କୁ ଲୀଳାବତୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ସୈଫଙ୍କ ମେରୁଦଣ୍ଡ ନିକଟରେ ଗଭୀର ଆଘାତ ଲାଗିଛି । ନ୍ୟୁରୋ ସର୍ଜରୀ କରାଯାଇଛି । ଶରୀରରୁ ୨/୩ ଇଞ୍ଚର ଧାରୁଆ ଅସ୍ତ୍ର ବାହାର କରାଯାଇଛି । ସେ ଏବେ ଆଇସିୟୁରେ ଅଛନ୍ତି ।
ସୈଫଙ୍କୁ ଆକ୍ରମଣ ହେବା ପରେ ସିକ୍ୟୁରିଟି ଗାର୍ଡ ଏବଂ ଡ୍ରାଇଭର ତାଙ୍କୁ ନେଇ ହସପିଟାଲକୁ ଆସିଥିଲେ । ତାଙ୍କୁ ୩.୩୦ରେ ଲୀଳାବତୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହସପିଟାଲରେ ସୈଫ ଅଲ୍ଲୀ ଖାନଙ୍କର ସର୍ଜରୀ କରାଯାଇଛି । ସୈଫଙ୍କ ମେରୁଦଣ୍ଡ ନିକଟରେ ଗଭୀର ଆଘାତ ଲାଗିଛି । ବେକ ପାଖରେ ମଧ୍ୟ ଆଘାତ ଲାଗିଛି । ତାଙ୍କର ନ୍ୟୁରୋ ସର୍ଜରୀ କରାଯାଇଛି । ଏଠାରେ ଅଭିନେତାଙ୍କର ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଅପରେସନ ଚାଲିଥିଲା । ତାଙ୍କ ଶରୀର ରେ ୨/୩ ଇଞ୍ଚର ଲମ୍ବା ତୀକ୍ଷ୍ଣ ଜିନିଷ ବାହାର କରାଯାଇଛି । ଏହା ଛୁରୀର ଖଣ୍ଡ ବୋଲି କୁହାଯାଉଛି । ସୈଫ ଅଲ୍ଲୀ ଖାନଙ୍କ କସମେଟିକ ସର୍ଜରୀ କରାଯାଇଛି ।
ଘଟଣାରେ ସୈଫଙ୍କ ଘରୋଇ ସହାୟିକା ଆହତ ହୋଇଛନ୍ତି । ଏହି ଘଟଣା ପରେ ଯାଞ୍ଚ ପାଇଁ ସିସିଟିଭି ଫୁଟେଜ ଖୋଜୁଛି ପୋଲିସ । ତେବେ ସୈଫଙ୍କ ଘରେ କାମ କରୁଥିବା ଘରୋଇ ସହାୟିକାଙ୍କୁ ଦେଖାକରିବା ପାଇଁ ଦୁର୍ବୃତ୍ତ ଆସିଥିବା ପୋଲିସ ଅନୁମାନ କରୁଛି । ପୋଲିସ ଏବେ ସୈଫଙ୍କ ୩ ଜଣ ଷ୍ଟାଫଙ୍କୁ ପଚରାଉଚରା କରୁଛି । ପୋଲିସକୁ ସୈଫଙ୍କ ଷ୍ଟାଫଙ୍କ ଉପରେ ସନ୍ଦେହ ରହିଛି । ପ୍ରଥମେ ଷ୍ଟାଫଙ୍କ ଉପଚାର କରାଯାଇ ବୟାନ ରେକର୍ଡ କରାଯାଉଛି ।
ମୁମ୍ବାଇ ପୋଲିସ ଏହି ମାମଲାରେ ଯାଞ୍ଚ କରିବା ପାଇଁ ୭ଟି ଟିମ୍ ଗଠନ କରାଯାଇଛି । ପୋଲିସ ସିସିଟିଭି ଖୋଜୁଛି । ସୈଫଙ୍କ ଘରୋଇ ସହାୟକଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି । ତେବେ ସୈଫଙ୍କ ଶରୀରରେ ୬ ଥର ଛୁରାମାଡ଼ ହୋଇଛି, ଯେଉଁଥିରେ ୨ଥର ଆଘାତ ଅଧିକ ଗଭୀର ରହିଛି ।
ତେବେ ସୈଫଙ୍କୁ ଦେଖିବା ପାଇଁ ମୁମ୍ବାଇର ଲୀଳାବତୀ ହସପିଟାଲରେ ପହଞ୍ଚିଛନ୍ତି ସାରା ଏବଂ ଇବ୍ରାହିମ । ଦୁହେଁ ବହୁତ ଦୁଃଖିତ ନଜର ଆସୁଛନ୍ତି ।
Also Read : ଅଢେଇ ଘଣ୍ଟା ହେଲା ସୈଫଙ୍କ ସର୍ଜରୀ, ବାହାରିଲା ୩ ଇଞ୍ଚର ଧାରୁଆ ଅସ୍ତ୍ର, ମେରୁଦଣ୍ଡ ନିକଟରେ ଗଭୀର ଆଘାତ