ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ସନ୍ଦିଗ୍ଧ ଯୁବକକୁ ଗିରଫ କଲା ମୁମ୍ବାଇ ପୋଲିସର ସ୍ପେଶାଲ ଟିମ୍

ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ଯୁବକକୁ ଗିରଫ କରିଛି ମୁମ୍ବାଇ ପୋଲିସର ସ୍ପେଶାଲ ଟିମ୍ । ଗିରଫ ପରେ ସନ୍ଦିଗ୍ଧ ଯୁବକକୁ ବାନ୍ଦ୍ରା ପୋଲିସ ଷ୍ଟେସନ ଅଣାଯାଇଛି । ଗତକାଲି ସୈଫଙ୍କୁ ବାନ୍ଦ୍ରା ସ୍ଥିତି ଘରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ସୈଫଙ୍କ ଶରୀରରେ ଅନେକ ଆଘାତ ଲାଗିଥିଲା । ତାଙ୍କର ସର୍ଜରୀ ମଧ୍ୟ କରାଯାଇଛି । ମେରୁଦଣ୍ଡ ନିକଟରେ ଗଭୀର ଆଘାତ ଲାଗିଥିବା ବେଳେ ଶରୀରରୁ ୨/୩ ଇଞ୍ଚର ଛୁରିର ଅଂଶ ବାହାର କରାଯାଇଛି ।

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଘରେ ପଶି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ରାତି ୩.୩୦ ମିନିଟରେ ତାଙ୍କୁ ଲୀଳାବତୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ସୈଫଙ୍କ ମେରୁଦଣ୍ଡ ନିକଟରେ ଗଭୀର ଆଘାତ ଲାଗିଛି । ନ୍ୟୁରୋ ସର୍ଜରୀ କରାଯାଇଛି । ଶରୀରରୁ ୨/୩ ଇଞ୍ଚର ଧାରୁଆ ଅସ୍ତ୍ର ବାହାର କରାଯାଇଛି । ସୈଫଙ୍କୁ ଆକ୍ରମଣ ହେବା ପରେ ସିକ୍ୟୁରିଟି ଗାର୍ଡ ଏବଂ ଡ୍ରାଇଭର ତାଙ୍କୁ ନେଇ ହସପିଟାଲକୁ ଆସିଥିଲେ ।

ମୁମ୍ବାଇର ପୋଶ୍ ଅଞ୍ଚଳ ବାନ୍ଦ୍ରାସ୍ଥିତ ଅଭିନେତାଙ୍କ ଗତକାଲି ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏହି ଘଟଣା । ସେତେବେଳେ ସୈଫ ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଶୋଇଥିଲେ ।  ହଠାତ୍ ସୈଫ ତାଙ୍କର ଜଣେ ଘରୋଇ ସହାୟିକାଙ୍କ ଚିତ୍କାର ଶୁଣିଥିଲେ । ଘରୋଇ ସହାୟିକା ଜଣଙ୍କ ସୈଫଙ୍କ ପିଲାମାନଙ୍କ ପାଇଁ ହୋଇଥିବା ରୁମରେ ଶୋଇଥିଲେ । ଦୁର୍ବୃତ୍ତ ଜଣଙ୍କ ପ୍ରଥମେ ସେହି ରୁମରେ ପଶିଥିଲେ । ଦୁର୍ବୃତ୍ତ ଜଣଙ୍କ ଘରୋଇ ସହାୟିକାଙ୍କୁ ଆଘାତ ଦେବାକୁ ପ୍ରୟାସ କରିଥିଲେ । ଘରୋଇ ସହାୟିକାଙ୍କ ଚିତ୍କାର ଶୁଣି ସୈଫ ସେଠାକୁ ଦୌଡ଼ି ଯାଇଥିଲେ । ସୈଫ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ପ୍ରୟାସ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଅଭିନେତାଙ୍କୁ ସନ୍ଦିଗ୍ଧ ୬ ଥର ଛୁରାମାଡ଼ କରିଥିଲେ ।  ହେଲେ ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଛୁରୀରେ ଏକାଧିକ ଥର ଆଘାତ କରି ସେଠାରୁ ଫେରାର ହୋଇ ଯାଇଥିଲା । ସିକ୍ୟୁରିଟି ଗାର୍ଡ ଏବଂ ଡ୍ରାଇଭର ସୈଫଙ୍କୁ ହସ୍ପିଟାଲ ନେଇଥିଲେ ।

 

You might also like