ଅଢେଇ ଘଣ୍ଟା ହେଲା ସୈଫଙ୍କ ସର୍ଜରୀ, ବାହାରିଲା ୩ ଇଞ୍ଚର ଧାରୁଆ ଅସ୍ତ୍ର, ମେରୁଦଣ୍ଡ ନିକଟରେ ଗଭୀର ଆଘାତ

ବଲିଉଡ ସୁପରଷ୍ଟାର ସୈଫ ଅଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଛି । ରାତି ୨ଟାରେ ଦୁର୍ବୃତ୍ତ ଅଭିନେତାଙ୍କ ଘରେ ପହଞ୍ଚି ଆକ୍ରମଣ କରିଥିଲା । ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ପଶି ହତ୍ୟା ଉଦ୍ୟମ କରାଯାଇଛି । ବିଳମ୍ବିତ ରାତିରେ ଘରେ ପଶି ଛୁରାମାଡ କରିଛନ୍ତି ଦୁର୍ବୃତ୍ତ ।  ଏହାପରେ ତାଙ୍କୁ ୩.୩୦ରେ ଲୀଳାବତୀ ହସପିଟାଲାରେ ଭର୍ତ୍ତି କରାଯାଇଥିଲା । ଘରେ ପସିବା ପରେ ସେ ସୈଫ ଅଲୀ ଖାନଙ୍କର ଚାକର ଏବଂ ଅଭିନେତାଙ୍କ ଉପରକୁ ଆକ୍ରମଣ କରିଥିଲା ।

ତେବେ ସୈଫ ଅଲ୍ଲୀ ଖାନଙ୍କର ସର୍ଜରୀ କରାଯାଇଛି । ସୈଫଙ୍କ ମେରୁଦଣ୍ଡ ନିକଟରେ ଗଭୀର ଆଘାତ ଲାଗିଛି । ବେକ ପାଖରେ ମଧ୍ୟ ଆଘାତ ଲାଗିଛି । ତାଙ୍କର ନ୍ୟୁରୋ ସର୍ଜରୀ କରାଯାଇଛି । ଏଠାରେ ଅଭିନେତାଙ୍କର ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଅପରେସନ ଚାଲିଥିଲା । ତାଙ୍କ ଶରୀର ରେ ୨/୩ ଇଞ୍ଚର ଲମ୍ବା ତୀକ୍ଷ୍ଣ ଜିନିଷ ବାହାର କରାଯାଇଛି । ଏହା ଛୁରୀର ଖଣ୍ଡ ବୋଲି କୁହାଯାଉଛି । ସୈଫ ଅଲ୍ଲୀ ଖାନଙ୍କ କସମେଟିକ ସର୍ଜରୀ କରାଯାଇଛି । ଘଟଣାରେ ସୈଫଙ୍କ ଘରୋଇ ସହାୟିକା ଆହତ ହୋଇଛନ୍ତି ।

ପୋଲିସ ସୈଫ ଅଲୀ ଖାନଙ୍କ ଘରେ କାମ କରୁଥିବା ତିନି ଜଣଙ୍କୁ ପଚରାଉଚରା ପାଇଁ ନେଇଛି । ପୋଲିସ ଏମାନଙ୍କୁ ଥାନାକୁ ନେଇଛି । ଏହିଠାରେ ସେମାନଙ୍କୁ ଜେରା କରାଯିବ ।

ତେବେ ସୈଫଙ୍କୁ ଦେଖିବା ପାଇଁ ମୁମ୍ବାଇର ଲୀଳାବତୀ ହସପିଟାଲରେ ପହଞ୍ଚିଛନ୍ତି ସାରା ଏବଂ ଇବ୍ରାହିମ । ଦୁହେଁ ବହୁତ ଦୁଃଖିତ ନଜର ଆସୁଛନ୍ତି ।

ସୈଫଙ୍କ ଅଲୀ ଖାନଙ୍କ ଉପରେ ଆକ୍ରମଣକୁ ନେଇ ଅଭିନେତ୍ରୀ ପୂଜା ଭଟ୍ଟ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।

Also Read : ବଲିଉଡ୍‌ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ, ହସ୍ପିଟାଲରେ ଭର୍ତ୍ତି

You might also like