ଆତ୍ମସମର୍ପଣ କଲେ କଂଗ୍ରେସ ନେତା ସଜ୍ଜନ କୁମାର,୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଆଜୀବନ କାରାଦଣ୍ଡାଦେଶ

ଆତ୍ମସମର୍ପଣ କଲେ କଂଗ୍ରେସ ନେତା ସଜ୍ଜନ କୁମାର। ଦିଲ୍ଲୀର କରକରଡୁମା କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ମାଣ୍ଡୋଲି ଜେଲକୁ ପଠାଇ ଦିଆଯାଇଛି। ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟ ସଜ୍ଜନଙ୍କୁ ଆଜୀବନ କାରାଦଣ୍ଡାଦେଶ କରିଛନ୍ତି। ଶିଖ ବିରୋଧୀ ଦଙ୍ଗାରେ ସେ ଅଭିଯୁକ୍ତ ହେବା ପରେ ଡିସେମ୍ବର ୧୭ ତାରିଖରେ ତାଙ୍କୁ ଦଣ୍ଡାଦେଶ ହୋଇଥିଲା। ଏହା ପୂର୍ବରୁ ଅନ୍ୟତମ ୨ ଅଭିଯୁକ୍ତ ମହେନ୍ଦର ସିଂହ ଯାଦବ ଓ କିଶନ ଖୋଖାର ମଧ୍ୟ ଆଜି ସକାଳେ କୋର୍ଟରେ ଆତ୍ମସମର୍ପଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.