୪ ହଜାରରୁ ଅଧିକ ମହିଳାଙ୍କ ସହିତ ଶୋଇଥିଲେ ଜାପାନର କୋଟିପତି ବିଜନେସମ୍ଯାନ, ଶେଷର ପତ୍ନୀ ଖାଇବାରେ ଦେଇଥିଲେ ବିଷ

ଜାପାନର କୋଟିପତି ବିଜନେସମ୍ଯାନଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି। କାରଣ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ଯ ହୋଇଯିବେ। ଭାବିବେ କି, କୋଟିପତି ସ୍ବାମୀଙ୍କ ପତ୍ନୀକୁ ଗିରଫ କରାଗଲା କାହିଁକି। ୪ ହଜାରରୁ ଅଧିକ ମହିଳାଙ୍କ ସହ ଶୋଇଛନ୍ତି କୋଟିପତିଙ୍କୁ ଶେଷରେ ନିଜର ଶେଷ ପନ୍ତ୍ରୀ ବିଷ ଦେଇ ହତ୍ୟା କରିଛନ୍ତି। ଏହି ଘଟଣାରେ ଜାପାନ ପୋଲିସ ଜଣେ ୨୫ ବର୍ଷୀୟ ମହିଳା ସୁଡୋଙ୍କୁ ଗିରଫ କରିଛି । ସେ ନିଜର ୭୭ ବର୍ଷୀୟ ପତି ଡନ୍ ଜୁଆନଙ୍କୁ ହତ୍ୟା କରିଛନ୍ତି। ରିପୋର୍ଟ ଅନୁସାରେ, ସୁଡୋ ବିବାହର ୩ ମାସ ପରେ ଡନଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି ।

ସୂଚନା ଅନୁସାରେ, ଡନ୍ ଜୁଆନ ଓରଫ କୋସୁକେ ନୋଜାକି ଜାପାନର ଜଣେ ବିଶିଷ୍ଟ କୋଟିପତି । ତାଙ୍କର ରିଅଲ ଇଷ୍ଟେଟ୍ ଓ ମଦ ବ୍ୟବସାୟ ଥିଲା । ୩ ବର୍ଷ ତଳେ ମେ ମାସରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଷ୍ଟ ମଟର୍ମରେ ଏହା ବିଷକ୍ରିୟାଜନିତ ବୋଲି ଜଣାପଡିଥିଲା । ୨୦୧୬ରେ ତାଙ୍କର ଅଟୋ ବାୟୋଗ୍ରାଫି ଆସିଥିଲା । ଏଥିରେ ସେ ୪୦୦୦ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଦାବି କରିଥିଲେ । ଏହାସହ ସେହି ସବୁ ମହିଳାଙ୍କୁ ଲକ୍ଷାଧିକ ଟଙ୍କା ଦେଇଥିଲେ । ସେ ନିଜକୁ ସ୍ପାନିଶ୍ ପ୍ଲେବୟ ଭାବେ ଦେଖୁଥିଲେ । ତାଙ୍କର ମୃତ୍ୟୁ ଖୁବ୍ ରହସ୍ୟମୟ ଥିଲା ।

ପୋଲିସର କହିବାନୁସାରେ, ସୁଡୋ ହିଁ ଡନଙ୍କୁ ବିଷ ଦେଇ ମାରିଦେଇଥିଲେ । କିନ୍ତୁ ସେ କାହିଁକି ହତ୍ୟା କଲେ ତାହା ସ୍ପଷ୍ଟ ହୋଇପାରିନାହିଁ । ତେବେ ସେ ସମ୍ପତ୍ତି ପାଇଁ ଏପରି କରିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ସୁଡୋ ବିବାହ ନେଇ ନିଜ ଘରେ ମଧ୍ୟ ଜଣାଇନଥିଲେ । ସେ ଡନଙ୍କୁ ଗୋପନରେ ବିବାହ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.